ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର

0

ପୁରୀ: ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆ ଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍‌ଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ଏସଓପି ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସି ଉପସ୍ଥିତ ରହି ରତ୍ନ ଭଣ୍ଡାର ଦେଖିଥିଲେ। ଗଜପତି ମହାରାଜଙ୍କ ଉପସ୍ଥିତରେ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହୋଇଛି।

ତେବେ ଭିତର ରତ୍ନଭଣ୍ଡାରରୁ ଫେରି ଗଜପତି ମହାରାଜା ଏହି କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ଶେ‌ଷ ହେବ ବୋଲି କହିଛନ୍ତି। ରତ୍ନଭଣ୍ଡାରର ମରାମତି ଆବଶ୍ୟକ ବୋଲି ବି ସେ କହିଛନ୍ତି। ଗଜପତି ଆହୁରି କହିଛନ୍ତି ଯେ, ଖଟଶେଯ ଘରେ ଗହଣା ଓ ମୂଲ୍ୟବାନ ସାମଗ୍ରୀ ରଖାଯିବ। ଏହାପରେ କବାଟ ସିଲ୍ କରାଯିବ। କବାଟ ସିଲ୍ ହୋଇ ମୁଖ୍ୟ ପ୍ରଶାସକ ସରକାରୀ ଟ୍ରେଜେରିରେ ଚାବି ଦାଖଲ କରିବେ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ। ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ମନ୍ଦିର ପ୍ରବେଶ କରିଛନ୍ତି।

Leave A Reply

Your email address will not be published.