ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏକ୍ସପାଏରୀ ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

0

ଜଗତସିଂହପୁର: ଏକ୍ସପାଏରୀ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ। ଜଗତସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏହି ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସୋମବାର ସ୍କୁଲରେ ଉପସ୍ଥିତ ଥିବା ୧୧୫ଜଣ ଛାତ୍ରୀଛାତ୍ରଙ୍କୁ ଆଇରନ୍‌ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ କେତେଜଣ ଛାତ୍ରୀଛାତ୍ର ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପେଟ ବ୍ୟଥା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ୩୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏକ୍ସପାଏରୀ ଆଇରନ୍‌ ବଟିକା ଖାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି।

Leave A Reply

Your email address will not be published.