ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏକ୍ସପାଏରୀ ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

0

ଜଗତସିଂହପୁର: ଏକ୍ସପାଏରୀ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ। ଜଗତସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏହି ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସୋମବାର ସ୍କୁଲରେ ଉପସ୍ଥିତ ଥିବା ୧୧୫ଜଣ ଛାତ୍ରୀଛାତ୍ରଙ୍କୁ ଆଇରନ୍‌ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ କେତେଜଣ ଛାତ୍ରୀଛାତ୍ର ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପେଟ ବ୍ୟଥା ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ୩୦ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏକ୍ସପାଏରୀ ଆଇରନ୍‌ ବଟିକା ଖାଇଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି।

Leave A Reply

Your email address will not be published.