ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମିଳିତ ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଟି, ମୁମ୍ବାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର, ଜୁଲାଇ ୨୨ : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ ଆଦାନପ୍ରଦାନ ନେଇ ସହାୟତା କରିବେ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଟି, ମୁମ୍ବାଇର କୁଳପତି ପ୍ରଫେସର ଅନିରୁଦ୍ଧ ବି. ପଣ୍ଡିତଙ୍କ ମଧ୍ୟରେ ଶନିବାର ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି। ଦୁଇଟି ଅନୁଷ୍ଠାନର ନିମୟମାବଳୀ ଅନୁଯାୟୀ କର୍ମଚାରୀଙ୍କର ମଧ୍ୟରେ ଆଦାନପ୍ରଦାନ, ମିଳିତ କର୍ମଶାଳା ଓ ସମ୍ମିଳନୀ ଆୟୋଜକ ଦୁଇଟି ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କ ଦ୍ୱାରା ବକ୍ତୃତାମାଳା, ଆଇସିଟି ମୁମ୍ବାଇ ଓ ସୋଆର ମିଳିତ ସହଯୋଗରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ଓ ଏବଂ ଥେସିସ୍ କାର୍ଯ୍ୟରେ ମିଳିତ ଦିଗ୍‌ଦର୍ଶନ କରାଯିବ।

ଏତଦ୍ ବ୍ୟତୀତ ଦୁଇଟି ଶିକ୍ଷାନୁଷ୍ଠାନ ନିଜ ମଧ୍ୟରେ ଗବେଷଣା ଓ ତତ୍‌ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରି, ସଫ୍ଟୱେୟାର ଏବଂ ଅନ୍ୟାନ୍ୟ ବିଷୟରେ ଆଦାନପ୍ରଦାନ ଓ ନିଜ ମଧ୍ୟରେ ସହଯୋଗିତା ରକ୍ଷା କରିବେ। ଆଇସିଟି, ମୁମ୍ବାଇ ମଧ୍ୟ ସୋଆ-ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ) ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର (ଏଆଇସି)- ସୋଆ ଫାଉଣ୍ଡେସନ୍ ର କାର୍ଯ୍ୟରେ ସହଯୋଗ କରିବ।

Leave A Reply

Your email address will not be published.