ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଦୋକାନୀଙ୍କ ପରିଚୟପତ୍ର ଲେଖିବା ଘଟଣାରେ ଯୋଗୀ ସରକାରଙ୍କୁ ବଡ ଝଟକା

0

ଉତ୍ତରପ୍ରଦେଶ: କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ ଏନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଖାଲି ସେତିକି ନୁହେଁ, ଏହା ସହିତ କୋର୍ଟ କହିଛନ୍ତି, ଯଦି ପିଟିସନଦାତା ଅନ୍ୟ କୌଣସି ରାଜ୍ୟକୁ ଏଥିରେ ସାମିଲ କରିବାକୁ ଚାହୁଛନ୍ତି, ତାହାଲେ ସେ ସବୁ ରାଜ୍ୟକୁ ବି ନୋଟିସ୍ ଜାରି କରାଯିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ।

ସୋମବାର ସୁପ୍ରିମକୋର୍ଟ ଦୋକାନରେ ଦୋକାନୀଙ୍କ ପରିଚୟପତ୍ର ଲେଖିବା ବିବାଦ ଉପରେ ଶୁଣାଣି କରି ଉତ୍ତରପ୍ରଦେଶ ସରକାର ଦେଇଥିବା ଆଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି। ଯେଉଁଥିରେ କାଉଡିଆ ଯାତ୍ରା କରୁଥିବା ରାସ୍ତା ଗୁଡିକରେ ସବୁ ଦୋକାନରେ ନିଜର ପରିଚୟ ପ୍ରଦାନ କରି ବୋର୍ଡ ଲଗାଇବାକୁ କୁହାଯାଇଥିଲା। ଯାହାକୁ ରୋକ ଲଗାଇ କୋର୍ଟ କହିଛନ୍ତି, ଦୋକାନୀମାନଙ୍କୁ ସେମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଦୋକାନୀଟି କେବଳ ଖାଇବାର ମେନ୍ୟୁ, ତାହା ମାଂସାହାରୀ କି ଶାକାହାରୀ ବ୍ୟତୀତ ଅନ୍ୟ କୌଣସି ସୂଚନା ଦେବା ଆବଶ୍ୟକତା ନାହିଁ ବୋଲି ରୋକ ଠୋକ ଶୁଣାଇଦେଇଛନ୍ତି ସୁପ୍ରିମକୋର୍ଟ।

ତେବେ କହିରଖୁଛୁ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂରା ରାଜ୍ୟରେ କାଉଡିଆମାନେ ଯେଉଁ ରାସ୍ତା ଦେଇ ଯାଉଛନ୍ତି, ସେ ସମସ୍ତ ରାସ୍ତାରେ ଥିବା ଦୋକାନ, ଠେଲା, ରେଷ୍ଟୁରାଣ୍ଟ ସବୁଥିରେ ଦୋକାନୀଙ୍କ ନାମ ଲେଖାଥିବା ନେମ୍ ପ୍ଲେଟ୍ ଲଗାଇବାକୁ ଆଦେଶ ଜାରି କରିଥିଲେ। ଯାହା ପ୍ରଥମେ ମୁଜାଫର ନଗରରେ ଲାଗୁକରିଥିବା ବେଳେ ପରେ ପୂରା ରାଜ୍ୟରେ ଏଭଳି ନିର୍ଦ୍ଦେଶ ଜାରି କରିଥିଲେ ସରକାର। ଯାହାକୁ ନେଇ ତେଜିଥିଲା ବିବାଦ।

Leave A Reply

Your email address will not be published.