ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା

0

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସ ପ୍ରଥମେ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ବାଚସ୍ପତି ସୁରମା ପାଢୀ ସ୍ବାଗତ କରିବା ସହିତ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଗୃହରେ ନିଜର ସ୍ଥାନ ଗ୍ରହଣ କରି ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ ।

ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଛି ।ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେବ । ମୋ ସରକାର ଏକ ବିକଶିତ ଓଡିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶାର ସ୍ବପ୍ନ ପୂରଣ କରିବା ସରକାରଙ୍କ ଲକ୍ଷ୍ୟ । ଯେଉଁଥିରେ ତୃଣମୂଳ ସ୍ତରରୁ କାମ କରାଯିବ । ଏଥିରେ କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତାଙ୍କୁ ବେଶୀ ଗୁରୁତ୍ବ ଦେବେ ସରକାର । ଏହା ସହିତ ପ୍ରଯୁକ୍ତି ବିଦ୍ୟା ଜରିଆାରେ ସଡିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ ଭାବେ ଗଢି ତୋଳାଯିବ ।ଏଥିପାଇଁ କୃଷକ ଭାଇଙ୍କୁ ସମୃଦ୍ଧ କରାଯିବ । ସମୃଦ୍ଧ କୃଷିନୀତି ପ୍ରଚଳନ କରାଯାଇ କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବ । ଏହି ନୀତି ଅଧିନରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆାଯିବ । ଏଥିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କୃଷକଙ୍କୁ ୪୮ ଘଣ୍ଟା ଭିତରେ ପ୍ରଦାନ କରାଯିବ । କୃଷକଙ୍କ ଆୟ ବୃଦ୍ଧ ମୋ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟପାଳ ।

ଖୋଲି ସେତିକି ନୁହେଁ, ଶସ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ୍ ସହିତ ଯୋଗାଣ ପ୍ରକ୍ରିୟା ଶୃଙ୍ଖଳିତ କରାଯିବ । ରାଜ୍ୟରେ ପ୍ରତି ଜିଲ୍ଲାରେ ମଣ୍ଡି କରାଯାଇ ସେଠି ଶସ୍ୟ ଭଣ୍ଡାର ଓ କୃଷକଙ୍କ ବିଶ୍ରାମ ଗୃହ ମଧ୍ୟ ରହିବ । ଏଥିସହିତ ଜାତୀୟ ଶସ୍ୟ ଉତ୍ପାଦନ ଓ ଏହାର ବ୍ୟବହାର ବୃଦ୍ଧି ପାଇଁ ବହାର ଚାହିଦା ବଢାଯିବ ବୋଲି କହିଛନ୍ତି ରାଜ୍ୟପାଳ ।

Leave A Reply

Your email address will not be published.