ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଯୁଦ୍ଧ ଜାହାଜରେ ନିଆଁ, ଜଣେ ନାବିକ ନିଖୋଜ

0

ମୁମ୍ବାଇ: ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି।

ଯୁଦ୍ଧ ଜାହାଜ ଆଇଏନଏସ ବ୍ରହ୍ମପୁତ୍ରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା, ଯାହା ପରେ ଏହା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ଜଣେ ନାବିକ ନିଖୋଜ ଅଛନ୍ତି। ସୋମବାର (ଜୁଲାଇ ୨୨) ରେ ଭାରତୀୟ ନୌସେନା ଏହି ସୂଚନା ଦେଇଛି। ନୌସେନା କହିଛି ଯେ ପ୍ରଥମେ ଜାହାଜରେ ନିଆଁ ଲାଗିଗଲା, ପରେ ଏହା ଧୀରେ ଧୀରେ ଗୋଟିଏ ପାର୍ଶ୍ୱକୁ ଢଳିବାକୁ ଲାଗିଲା ଏବଂ ବର୍ତ୍ତମାନ ସମାନ ସ୍ଥିତିରେ ଠିଆ ହୋଇଛି।

ଭାରତୀୟ ନୌସେନା ଏକ ବିବୃତ୍ତିରେ କହିଛି ଯେ ଆଇଏନଏସ ବ୍ରହ୍ମପୁତ୍ରରେ ବ୍ୟାପକ ଅଗ୍ନିକାଣ୍ଡ ଘଟିବା ପରେ ଜାହାଜ ସମୁଦ୍ରର ଗୋଟିଏ ପାର୍ଶ୍ୱକୁ ଖସି ଯାଇଥିଲା। ବିବୃତ୍ତିରେ କୁହାଯାଇଛି ଯେ ଅଗ୍ନିକାଣ୍ଡ ପରେ ନିଖୋଜ ଥିବା ଜଣେ ନାବିକଙ୍କୁ ଅଧିକାରୀମାନେ ଖୋଜୁଛନ୍ତି।

ପୂର୍ବରୁ ପ୍ରକାଶିତ ଖବର ଅନୁଯାୟୀ, ଜୁଲାଇ ୨୧ରେ ଏନଡିଏ (ଏମବିଆଇ) ରେ ମରାମତି ଚାଲିଥିବା ବେଳେ ଭାରତୀୟ ନୌସେନାର ମଲ୍ଟି ରୋଲ ଫ୍ରିଗେଟ ବ୍ରହ୍ମପୁତ୍ରରେ ନିଆଁ ଲାଗିଯାଇଥିଲା। ୨୨ ଜୁଲାଇ ସକାଳେ ଜାହାଜର କର୍ମଚାରୀମାନେ ନାଭାଲ ଡକ୍ୱାର୍ଡ, ମୁମ୍ବାଇ ଏବଂ ବନ୍ଦରର ଅନ୍ୟ ଜାହାଜରୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।

Leave A Reply

Your email address will not be published.