ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବେରୋଜଗାରୀ ଯୁବକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା ଷ୍ଟାଇପେଣ୍ଟ

0

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ଏଥର ବଜେଟରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଛି।

ଏନେଇ ନିର୍ମଳା କହିଛନ୍ତି, ଦେଶର ସବୁଠୁ ଦକ୍ଷ କମ୍ପାନୀରେ ଯୁବ ବର୍ଗଙ୍କୁ ପ୍ରଶିକ୍ଷଣ ଦିଆାଯିବ। ସେଥିପାଇଁ ତାଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଷ୍ଟାଇପେଣ୍ଟ ପ୍ରଦାନ କରାଯିବ। ଯାହା ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଅନ୍ତର୍ଭୁକ୍ତ। ଏହି ଯୋଜନା ଅଧୀନରେ ଦେଶର ସମସ୍ତ ଯୁବବର୍ଗ ୧୨ ମାସ ପାଇଁ ଅର୍ଥାତ୍ ଏକ ବର୍ଷିକିଆ ଇଣ୍ଟର୍ନସିପରେ ଭାଗ ନେଇ ଦେଶର ଦକ୍ଷ କମ୍ପାନୀରେ ପ୍ରଶିକ୍ଷିତ ହୋଇପାରିବେ। ଆଗାମୀ ୫ ବର୍ଷରେ ଏହି ଯୋଜନାରେ ୧ କୋଟି ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Leave A Reply

Your email address will not be published.