ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

୧୧ଟା ପରେ ଅଫିସ ଆସିଲେ କଟିବ ଦିନକର ଦରମା

0

ଭୁବନେଶ୍ବର: ଏବେ ଠିକ୍ ସମୟରେ ଅଫିସ୍‌ରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ଅଫିସ୍‌ରେ ସାଢେ ୭ ଘଣ୍ଟା କରିବାକୁ ପଡିବ କାମ । ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ପହଞ୍ଚିବାକୁ ପଡିବ ଅଫିସରେ। ୧୦.୩୦ରୁ ଅଧିକ ହେଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା ପରେ ଅଫିସ ଆସିଲେ ତେବେ ସେଦିନକୁ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଛୁଟି ବୋଲି ଧରାଯିବ। ଏଥିସହିତ ଦରମା ହେବ କାଟ୍। ଏପରି ନୋଟିସ୍ ବିଭାଗୀୟ କର୍ମଚାରୀଙ୍କୁ ଜାରି କରିଛି ଅର୍ଥ ବିଭାଗ।

ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ’ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନଥିଲେ ଅନୁପସ୍ଥିତ ଧରାଯିବ। ଏଥିରେ ଆହୁରି କୁହାଯାଇଛି ଯେ କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା ଆସି ପହଞ୍ଚିବେ। ଏଥିରେ ସେମାନଙ୍କୁ ଅଧା ଘଣ୍ଟାର ଗ୍ରେସ୍ ପିରିୟଡ ମିଳିବ। ଅର୍ଥାତ୍ କାରଣ ବଶତଃ ବିଳମ୍ବ ହେଲେ ସାଢ଼େ ୧୦ଟା ସୁଦ୍ଧା ସେମାନେ ଅଫିସରେ ପହଞ୍ଚି ‘ଚେକ୍ ଇନ୍’ ବା ‘ଅଫିସ୍ ଇନ୍’ କରିପାରିବେ। ଏହି ନିୟମଗୁଡ଼ିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

କର୍ମଚାରୀମାନେ ଅଫିସରେ ଅତିକମ୍‌ରେ ସାଢ଼େ ୭ ଘଣ୍ଟା ଉପସ୍ଥିତ ରହିବେ। ତେଣୁ ଯେଉଁମାନେ ସକାଳ ସାଢ଼େ ୧୦ଟାରେ ‘ଅଫିସ୍ ଇନ୍’ କରିବେ ସେମାନଙ୍କୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ପଡ଼ିବ। ସେମାନେ ସନ୍ଧ୍ୟା ୬ଟା ପରେ ଅଫିସ୍ ଛାଡ଼ିପାରିବେ। ଅଫିସରେ ୪ ଘଣ୍ଟାରୁ ଅଧିକ କିନ୍ତୁ ସାଢ଼େ ୭ ଘଣ୍ଟାରୁ କମ୍ ସମୟ ରହିଥିଲେ ଅଧା ଦିନ ଛୁଟି କାଟି ଦିଆଯିବ। ୪ ଘଣ୍ଟାରୁ କମ୍ ସମୟ ରହିଲେ ଗୋଟିଏ ଦିନ ଛୁଟି କାଟି ଦିଆଯିବ। ଆବଶ୍ୟକ ପଡ଼ିଲେ ଜଣେ କର୍ମଚାରୀ ସନ୍ଧ୍ୟା ସାଢ଼େ ୫ଟା ପରେ ବା ସାଢ଼େ ୭ ଘଣ୍ଟାରୁ ଅଧିକ ସମୟ କାମ କରିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କାମ ଶେଷ ହେବା ପର୍ଯ୍ୟନ୍ତ ଜଣେ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡ଼ିବ। ତେଣୁ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.