ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଶିକ୍ଷା ଓ ଦକ୍ଷତା ବିକାଶ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଜିନ୍ଦଲ ଫାଉଣ୍ଡେସନ ଦ୍ବାରା ‘ୟଶସ୍ୱୀ’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ଆରମ୍ଭ

0

ଭୁବନେଶ୍ୱର: ସାମାଜିକ-ଅର୍ଥନୈତିକ ଦୁର୍ବଳ ବର୍ଗର ବାଳିକା ଓ ମହିଳାଙ୍କ ସଶକ୍ତୀକରଣ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ୟଶସ୍ୱୀ’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି। ଏହି ସଂସ୍କରଣରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ୫୦୦୦ ମହିଳା ଓ ବାଳିକାଙ୍କୁ ସହାୟତା ଯୋଗାଇ ଦେବାକୁ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି। ଏହି ଅଭିଯାନ ମାଧ୍ୟମରେ ମନୋନୀତ ପ୍ରାର୍ଥୀଙ୍କୁ ସେମାନେ ଚୟନ କରିଥିବା ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ଶିକ୍ଷା, ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

      ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଆମେ ବିଶ୍ୱାସ କରୁ ଯେ, ସଶକ୍ତ ମହିଳା ହିଁ ଏକ ବିକଶିତ ସମାଜର ମେରୁଦଣ୍ଡ। ଯେଉଁ ଯୁବତୀମାନେ ସମାଜରେ କିଛି ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛନ୍ତି ଆମେ ‘ୟଶସ୍ୱୀ’ କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ। ଏହି କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ଶିକ୍ଷା ଓ ଦକ୍ଷତା ତାଲିମ ଦ୍ୱାରା ୧୧ହଜାରରୁ ଅଧିକ ମହିଳା ଓ ବାଳିକାଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥିବାରୁ ଆମେ ବହୁତ ଖୁସି। ଚଳିତ ବର୍ଷ ଶିକ୍ଷା ଓ ଦକ୍ଷତା ବିକାଶ ଦ୍ୱାରା ଆମେ ଅଧିକ ମହିଳା ଓ ବାଳିକାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ।

ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡର ଯେଉଁ ପ୍ରତିଭାବାନ ବାଳିକା ବା ମହିଳାଙ୍କ ବୟସ ୧୬-୩୦ରୁ ହୋଇଥିବ ଏବଂ ସେମାନଙ୍କ ପାରିବାରିକ ବାର୍ଷିକ ଆୟ ୨ଲକ୍ଷରୁ କମ ହୋଇଥିବ, ସେମାନଙ୍କୁ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯିବ। ଏହି ଆର୍ଥିକ ସହାୟତାରୁ ସେମାନଙ୍କ କୋର୍ସ ଫି ଖର୍ଚ୍ଚ ଭରଣା ହେବା ସହିତ ସେମାନଙ୍କ ଜୀବନର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଲକ୍ଷ୍ୟ ପୂରଣ ହୋଇପାରିବ।

ମେଧା ଓ ଆର୍ଥିକ ପରିସ୍ଥିତି ଆଧାରରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏହା ସହିତ ଶିକ୍ଷାନୁଷ୍ଠାନ ବା ଦକ୍ଷତା ବିକାଶ କେନ୍ଦ୍ରରେ ନାମଲେଖାର ପ୍ରମାଣପତ୍ର ମଧ୍ୟ ଜରୁରୀ। ଆଗ୍ରହୀ ପ୍ରାର୍ଥୀ ଅଗଷ୍ଟ ୧୬ ତାରିଖ ସୁଦ୍ଧା ଆବଶ୍ୟକୀୟ ପ୍ରମାଣପତ୍ର ସହ ଆବେଦନ କରିପାରିବେ। ଓ୍ୱେବସାଇଟ https://jindalfoundation.com/Yashasviରୁ ସମସ୍ତ ତଥ୍ୟ ମିଳିପାରିବ।

୨୦୨୨ରୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା “ୟଶସ୍ୱୀ” କାର୍ଯ୍ୟକ୍ରମ ଦ୍ୱାରା ଆର୍ଥିକ ଅନଗ୍ରସର ବାଳିକା ଓ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି। ଏହି ସହାୟତା ଦ୍ୱାରା ନାମଲେଖା, ଟ୍ୟୁସନ ଫି ଓ ପରୀକ୍ଷା ଫି ପ୍ରଦାନ କରିହେଉଛି। ଆର୍ଥିକ ଭାବେ ଚାପମୁକ୍ତ ହେଉଥିବାରୁ ମନୋନୀତ ପ୍ରାର୍ଥୀ ସେମାନଙ୍କ ପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରିପାରୁଛନ୍ତି ଏବଂ ସେମାନଙ୍କ ଲକ୍ଷ୍ୟ ପୂରଣ ଦ୍ୱାରା ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରୁଛନ୍ତି।

ବିଗତ ୩ ବର୍ଷ ମଧ୍ୟରେ “ୟଶସ୍ୱୀ” ୧୧ ହଜାରରୁ ଅଧିକ ମହିଳା ଓ ବାଳିକାଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ସହାୟତା କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୮ହଜାର ମହିଳା ଓ ବାଳିକା ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ସହ, ନିଜେ ଉଦ୍ୟୋଗପତି ମଧ୍ୟ ହେବା; ଆତ୍ମନିର୍ଭରଶୀଳତା ଓ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମର ପ୍ରଭାବକୁ ପ୍ରମାଣିତ କରୁଛି।

ସେମାନଙ୍କ ମଧ୍ୟରୁ ପ୍ରାୟ ୮ହଜାର ମହିଳା ଓ ବାଳିକାଅମନେ ଏବେ ନିଯୁକ୍ତି, ଉଦ୍ୟୋଗ କିମ୍ବା ଆତ୍ମନିଯୁକ୍ତି ମାଧ୍ୟମରେ ସେମାନଙ୍କର ଜୀବିକା ଅର୍ଜନ କରୁଛନ୍ତି – ଯାହା ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଏହି କାର୍ଯ୍ୟକ୍ରମର ପ୍ରଭାବକୁ ପ୍ରଦର୍ଶନ କରୁଛି।

Leave A Reply

Your email address will not be published.