ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି

0

ଝାଡ଼ଖଣ୍ଡ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନି ମାମଲାରେ ମିଳିଛି ଜାମିନ। ଝାଡ଼ଖଣ୍ଡର ଚାଇବାସା ଏମ୍‌ପି-ଏମ୍‌ଏଲଏ କୋର୍ଟ ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ରାହୁଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ ଭାଜପା ନେତା ପ୍ରତାପ କଟିହାର ମାନହାନି ମାମଲା ଦାୟର କରିଥିଲେ। ବୁଧବାର ସକାଳ ପ୍ରାୟ ୧୦.୫୫ ସମୟରେ ରାହୁଲ କୋର୍ଟରେ ହାଜର ହୋଇଥିଲେ।

ରିପୋର୍ଟ ଅନୁଯାୟୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଓକିଲ କହିଛନ୍ତି, ଝାଡ଼ଖଣ୍ଡ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ରାହୁଲ ଗାନ୍ଧୀ କୋର୍ଟରେ ହାଜର ହୋଇଥିଲେ। ସେ ଜାମିନ ପାଇଁ ଅନୁରୋଧ କରିଥିଲେ ଯାହା ମଞ୍ଜୁର କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ବିବାଦ ୨୦୧୮ର। କଂଗ୍ରେସ ଅଧିବେଶନ ସମୟରେ ରାହୁଲ ଏହି ବୟାନ ଦେଇଥିଲେ।

ପ୍ରକୃତରେ, ରାହୁଲ ୨୮ ମାର୍ଚ୍ଚ ୨୦୧୮ରେ କଂଗ୍ରେସ ଅଧିବେଶନ ସମୟରେ ତତ୍କାଳୀନ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ। ଏହା ପରେ, ୯ ଜୁଲାଇ ୨୦୧୮ରେ ପ୍ରତାପ କଟିହାର ଚାଇବାସା କୋର୍ଟରେ ମାନହାନି ମାମଲା ଦାୟର କରିଥିଲେ। ଏହି ମାମଲାରେ ରାହୁଲଙ୍କୁ ଅନେକ ଥର ସମନ କରାଯାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ। ତଥାପି, ସେ ବୁଧବାର ହାଜର ହୋଇଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାମଲାକୁ ପ୍ରଥମେ ଚାଇବାସା ସିଜେଏମ କୋର୍ଟରୁ ରାଞ୍ଚି ଏମ୍ପି-ଏମଏଲଏ ସ୍ବତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଏହା ପରେ ଏହା ଚାଇବାସା ଏମ୍ପି-ଏମଏଲଏ କୋର୍ଟକୁ ଆସିଥିଲା।

Leave A Reply

Your email address will not be published.