ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ଅଜଣା ଟ୍ରକ ଧକ୍କାରେ ୩ ମୃତ

0

କେନ୍ଦୁଝର: ଅଜଣା ଟ୍ରକ ଧକ୍କାରେ ଦୁଇ ସ୍କୁଲ ଛାତ୍ର ସମେତ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଟାଟା ଡିଏଭି ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିନି ଜଣଙ୍କ ପରିଚୟ ମିଳିଥିବା ବେଳେ ମୃତକ ହେଲେ କ୍ରିଷ୍ଣା ଭୂସାଲ୍(୪୦)ତାଙ୍କ ପୁଅ ନିକିତ ଭୂସାଲ୍(ପ୍ରଥମ ଶ୍ରେଣୀ ଛାତ୍ର) ଓ ଗଣେଶ ଶର୍ମା ବୋଲି ଜଣାପଡିଛି। ସମସ୍ତ ମୃତକଙ୍କ ଘର ଯୋଡ଼ା ଥାନା ଆଜାଦ ବସ୍ତି ଅଞ୍ଚଳର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳେ କ୍ରିଷ୍ଣା ନିଜ ପୁଅ ନିକିତ ସହ ପଡ଼ୋଶୀଙ୍କ ମିନିକ ଚନ୍ଦ୍ର ଶର୍ମା ପୁଅ ଗଣେଶଙ୍କୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ। ଯୋଡ଼ା ଥାନା ଟାଟା ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ପରେ ସମସ୍ତେ ତଳେ ଛିଟିକି ପଡ଼ି ଯାଇଥିଲେ। ପରେ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ଜଣାପଡିଛି। ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ବର୍ତ୍ତମାନ ଅଞ୍ଚଳରେ ଚହଳ ପକାଇବା ସହ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.