ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ଅଜଣା ଟ୍ରକ ଧକ୍କାରେ ୩ ମୃତ

0

କେନ୍ଦୁଝର: ଅଜଣା ଟ୍ରକ ଧକ୍କାରେ ଦୁଇ ସ୍କୁଲ ଛାତ୍ର ସମେତ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଟାଟା ଡିଏଭି ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିନି ଜଣଙ୍କ ପରିଚୟ ମିଳିଥିବା ବେଳେ ମୃତକ ହେଲେ କ୍ରିଷ୍ଣା ଭୂସାଲ୍(୪୦)ତାଙ୍କ ପୁଅ ନିକିତ ଭୂସାଲ୍(ପ୍ରଥମ ଶ୍ରେଣୀ ଛାତ୍ର) ଓ ଗଣେଶ ଶର୍ମା ବୋଲି ଜଣାପଡିଛି। ସମସ୍ତ ମୃତକଙ୍କ ଘର ଯୋଡ଼ା ଥାନା ଆଜାଦ ବସ୍ତି ଅଞ୍ଚଳର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଆଜି ସକାଳେ କ୍ରିଷ୍ଣା ନିଜ ପୁଅ ନିକିତ ସହ ପଡ଼ୋଶୀଙ୍କ ମିନିକ ଚନ୍ଦ୍ର ଶର୍ମା ପୁଅ ଗଣେଶଙ୍କୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ। ଯୋଡ଼ା ଥାନା ଟାଟା ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ପରେ ସମସ୍ତେ ତଳେ ଛିଟିକି ପଡ଼ି ଯାଇଥିଲେ। ପରେ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ଜଣାପଡିଛି। ଫଳରେ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ବର୍ତ୍ତମାନ ଅଞ୍ଚଳରେ ଚହଳ ପକାଇବା ସହ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.