ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ

0

ନୂଆ ଦିଲ୍ଲୀ: ଭୋଟର ତାଲିକାରୁ ନାଁ କାଟିବା ଅଭିଯୋଗକୁ ନେଇ ପୁଣି ନିର୍ବାଚନ ଆୟୋଗକୁ ଘେରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀର ତ୍ରିଲୋକପୁରୀରେ ଆୟୋଜିତ ଏକ ସଭାରେ ସେ ଚାରିଟି ବୁଥ୍‌ରୁ ୪୧୬ ଜଣ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି, ଭୋଟ ଦେବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାର। କିନ୍ତୁ ଦେଶରେ କୋଟି କୋଟି ଲୋକଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି। ବିଶେଷକରି ଗରିବ ଲୋକଙ୍କ ନାଁ ଭୋଟର ତାଲିକାରୁ କାଟି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରାଯାଉଥିବା ସେ କହିଛନ୍ତି।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉନଥିବା ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି। ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପଦରୁ ନହଟାଇବା ପର୍ଯ୍ୟନ୍ତ ବିରୋଧୀଙ୍କ ଲଢ଼େଇ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଦେଶରେ କିଛି ନିର୍ଦ୍ଦିଷ୍ଟ ଧନୀ ଓ ଶିଳ୍ପପତିଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ଅଭିଯୋଗ କରି ରାହୁଲ କହିଛନ୍ତି, ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଜରୁରୀ। ଭୋଟର ତାଲିକାରୁ ନାଁ କଟିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ସ୍ପଷ୍ଟ ଜବାବ ଦେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Leave A Reply

Your email address will not be published.