ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ନୀରଜ

0

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଜାଭେଲିନ ଥ୍ରୋ ଇଭେଣ୍ଟରେ ଫାଇନାଲକୁ ପ୍ରବେଶ କଲେ ନୀରଜ । ଅଲିମ୍ପିକ୍ସ ଜାଭେଲିନ୍‌ ଥ୍ରୋରେ ଫାଇନାଲରେ ମଙ୍ଗଳବାର ନୀରଜ ଚୋପ୍ରା ପହଞ୍ଚିଛନ୍ତି। ନୀରଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ସେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି। ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା।

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ସୁନା ପୁଅ ନୀରଜ ନିଜର ପ୍ରଥମ ଥ୍ରୋରେ ଯୋଗ୍ୟତା ମାର୍କ ଅତିକ୍ରମ କରି ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନିଜର ଅଲିମ୍ପିକ୍ସ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ କରିଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ନିଜ ପ୍ରଥମ ପ୍ରୟାସରେ ହିଁ ୮୯.୩୪ ମିଟର ଦୂରକୁ ଚମତ୍କାର ଥ୍ରୋ କରିଥିଲେ। ଫଳସ୍ୱରୂପ, ସେ ସହଜରେ ଯୋଗ୍ୟତା ମାର୍କ ଅତିକ୍ରମ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି।

ଟୋକିଓ ଚାମ୍ପିଅନ୍ ନୀରଜ ଚୋପ୍ରା ପ୍ୟାରିସ୍‌ରୁ ମଧ୍ୟ ସ୍ବର୍ଣ୍ଣ ଆଣିବେ ବୋଲି କୋଟି ଭାରତୀୟ ଆଶା ରଖିଛନ୍ତି। ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ସେ ଚଳିତ ଅଲିମ୍ପିକ୍ସରେ ୯୦ ମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରରେ ବର୍ତ୍ତମାନ ନୀରଜ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୀରଜଙ୍କ ଜାଭେଲିନ ଥ୍ରୋ ଫାଇନାଲ ଆସନ୍ତା ୮ ତାରିଖରେ ହେବ।

Leave A Reply

Your email address will not be published.