ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ନେପାଳରେ ହେଲିକପ୍ଟର ଦୁର୍ଘଟଣା, ପାଇଲଟ ସହ ୫ ମୃତ

0

ନେପାଳ: ନେପାଳରେ ପୁଣି ଏକ ହେଲିକପ୍ଟର କ୍ରାସ ହୋଇଛି। ନେପାଳର ନୂଆକୋଟଠାରେ ବୁଧବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ପାଇଲଟଙ୍କ ସମେତ ଯାତ୍ରା କରୁଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଚୀନର ନାଗରିକ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ରାଜଧାନୀ କାଠମାଣ୍ଡୁର ଉତ୍ତର-ପଶ୍ଚିମ ପର୍ବତାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି, ସେନେଇ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ନେପାଳର ‘ଏୟାର ଡାଏନଷ୍ଟି’ ଆଭିଏସନ ସଂସ୍ଥାର ଏକ ହେଲିକପ୍ଟର କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରସୁଆ ଅଭିମୁଖେ ଉଡାଣ ଭରିଥିଲା। ଏହାକୁ ଜଣ ପାଇଲଟ ଉଡାଉଥିବା ବେଳେ ଏଥିରେ ୪ଜଣ ଚୀନ ନାଗରିକ ଯାତ୍ରା କରୁଥିଲେ। ମାତ୍ର କିଛି ମିନିଟର ଉଡାଣ ପରେ ହେଲିକପ୍ଟରଟି କାଠମାଣ୍ଡୁର ଉତ୍ତର-ପଶ୍ଚିମ ପର୍ବତାଞ୍ଚଳ ଆକାଶରେ ଥିବା ସମୟରେ ରାଡାର ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ପରେ ଏହା କ୍ରାସ ହୋଇଥିବା ଜଣାପଡିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏଥିରେ ହେଲିକପ୍ଟରର ଅବଶେଷ ସହ ସମସ୍ତ ୫ ମୃତଦେହ ଉଦ୍ଧାର କରାଯାଇଥିଲା।

ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟି କିମ୍ବା ଲୋ-ଭିଜିବିଲିଟି ପାଇଁ ହେଲିକପ୍ଟରଟି କ୍ରାସ ହୋଇଥିବା ସନ୍ଦେହ କରାଯାଉଛି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହେଲିକପ୍ଟରଟି ଅପରାହ୍ନ ୧ଟା ୫୪ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା। ଏହାର ୩ ମିନିଟ ପରେ ହେଲିକପ୍ଟର ସହିତ ଯୋଗାଯୋଗ ଚ୍ଛିନ୍ନ ହୋଇଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଖସିପଡ଼ିଥିବା ଅନୁମାନ କରାଯାଉଛି। ମୃତକଙ୍କ ମଧ୍ୟରୁ ୨ ଜଣ ପୁରୁଷ, ଜଣେ ମହିଳା ଏବଂ ପାଇଲଟ୍‌ଙ୍କୁ ଚିହ୍ନଟ କରାଯାଇଛି। ଆଉ ଏକ ମୃତଦେହ ଜଳିଯାଇଥିବାରୁ ତାହାକୁ ଚିହ୍ନଟ କରାଯାଇପାରି ନାହିଁ।

Leave A Reply

Your email address will not be published.