ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଶ୍ରୀମନ୍ଦିରରେ ଲାଗିବ ଏଆଇ କ୍ୟାମେରା

0

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏଆଇ କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର ବିଶେଷ କରି ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ ଏହି ନୂତନ କ୍ୟାମେରା ଲଗାଯିବ। ଏନେଇ ସୂଚନା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।

ଏଆଇ ଟେକ୍ନୋଲଜିର ମାଧ୍ୟମରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରାଯିବ। ତେବେ ମନ୍ଦିର ଭିତର ଓ ବାହାରେ ଲାଗିବ ୧୪ଟି କ୍ୟାମେରା। ମନ୍ଦିର ପରିସରରେ ମୋବାଇଲ ବ୍ୟବାହାର କଲେ ଧରିବ ଏଆଇ। ଏହା ସହ ନିଷିଦ୍ଧ ସାମଗ୍ରୀକୁ ସହଜରେ ଧରିପରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଏଆଇ ବା ଆଟିଫିସିଆଲ ଇଣ୍ଟଲିଜେନ୍ସ ଟେକ୍ନୋଲୋଜି ଉପଯୋଗ କରି ଅତ୍ୟାଧୁନିକ ଫୁଟଫଲ କାଉଣ୍ଟିଂ କରାଯିବ। ଶ୍ରଦ୍ଧାଳୁଙ୍କ ସୁରକ୍ଷା,ଭିଡ ନିୟନ୍ତ୍ରଣ , ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ଲକ୍ଷ୍ୟରେ ଏହି ଏଫଏଫ ସି ଏସ ସ୍ଥାପନ କରାଯାଉଛି। ଶ୍ରୀମନ୍ଦିର –ଭିତର ଓ ବାହାର ଏହି ଟେକ୍ନୋଲୋଜି ବ୍ୟବହାର କରାଯିବ।

Leave A Reply

Your email address will not be published.