ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ

0

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସେ ୯ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ତାଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ ଜୁଏଲ ଓରାମ। ସେ କାନ୍ଦି କାନ୍ଦି କହିଛନ୍ତି, ହଠାତ୍‌ ତାଙ୍କର ରକ୍ତବାନ୍ତି ହେଲା। ସେ ଅଚେତ ହୋଇପଡ଼ିଲେ। ତା’ ପରେ ମେଡିକାଲ ନେଇଯାଇଥିଲୁ। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଶେଷରେ ମୋତେ ଛାଡ଼ି ଚାଲିଗଲେ। ଏଥିସହିତ ସେ କହିଛନ୍ତି, ମୋର ରାଜନୈତିକ ଜୀବନରେ ସେ ବହୁତ ବଡ଼ ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଯୋଗୁ ମୁଁ ଏ ଜାଗାକୁ ଆସିପାରିଛି। ସେ ଘର ସମ୍ଭାଳିବା ସହ ପିଲାମାନଙ୍କ ଦାୟିତ୍ୱ ଠିକ୍‌ ଭାବରେ ନେଉଥିଲେ। ଯେଉଁଥିପାଇଁ ମୁଁ ବାହାରକୁ ଆସି ପାରୁଥିଲି। ତାଙ୍କ ବିୟୋଗରେ ଆମର ବହୁତ ବଡ଼ କ୍ଷତି ହୋଇଛି। ମୁଁ ଜୀବନସାରା ତାଙ୍କୁ ଭୁଲି ପାରିବିନି। ଭଗବାନଙ୍କୁ ଡାକୁଛି ସାତ ଜନ୍ମ ପାଇଁ ସେ ମୋର ସାଥୀ ହୋଇ ରୁହନ୍ତୁ।

ଭୁବନେଶ୍ୱରସ୍ଥିତ ଲୁମ୍ବିନୀବିହାର ବାସଭବନରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଝିଙ୍ଗିଆ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଶେଷଦର୍ଶନ ମଧ୍ୟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଡେଙ୍ଗୁରେ ପୀଡିତ ଅଛନ୍ତି। ଆଜି ଝିଙ୍ଗିଆଙ୍କ ମୃତଦେହକୁ ସୁନ୍ଦରଗଡ଼ ଜିଲା କେନ୍ଦୁଡିହି ଗ୍ରାମକୁ ନିଆଯାଇଛି। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ।

Leave A Reply

Your email address will not be published.