ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ

0

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ସେ ୯ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ତାଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ୱାମୀ ଜୁଏଲ ଓରାମ। ସେ କାନ୍ଦି କାନ୍ଦି କହିଛନ୍ତି, ହଠାତ୍‌ ତାଙ୍କର ରକ୍ତବାନ୍ତି ହେଲା। ସେ ଅଚେତ ହୋଇପଡ଼ିଲେ। ତା’ ପରେ ମେଡିକାଲ ନେଇଯାଇଥିଲୁ। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଶେଷରେ ମୋତେ ଛାଡ଼ି ଚାଲିଗଲେ। ଏଥିସହିତ ସେ କହିଛନ୍ତି, ମୋର ରାଜନୈତିକ ଜୀବନରେ ସେ ବହୁତ ବଡ଼ ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଯୋଗୁ ମୁଁ ଏ ଜାଗାକୁ ଆସିପାରିଛି। ସେ ଘର ସମ୍ଭାଳିବା ସହ ପିଲାମାନଙ୍କ ଦାୟିତ୍ୱ ଠିକ୍‌ ଭାବରେ ନେଉଥିଲେ। ଯେଉଁଥିପାଇଁ ମୁଁ ବାହାରକୁ ଆସି ପାରୁଥିଲି। ତାଙ୍କ ବିୟୋଗରେ ଆମର ବହୁତ ବଡ଼ କ୍ଷତି ହୋଇଛି। ମୁଁ ଜୀବନସାରା ତାଙ୍କୁ ଭୁଲି ପାରିବିନି। ଭଗବାନଙ୍କୁ ଡାକୁଛି ସାତ ଜନ୍ମ ପାଇଁ ସେ ମୋର ସାଥୀ ହୋଇ ରୁହନ୍ତୁ।

ଭୁବନେଶ୍ୱରସ୍ଥିତ ଲୁମ୍ବିନୀବିହାର ବାସଭବନରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ଝିଙ୍ଗିଆ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଶେଷଦର୍ଶନ ମଧ୍ୟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଡେଙ୍ଗୁରେ ପୀଡିତ ଅଛନ୍ତି। ଆଜି ଝିଙ୍ଗିଆଙ୍କ ମୃତଦେହକୁ ସୁନ୍ଦରଗଡ଼ ଜିଲା କେନ୍ଦୁଡିହି ଗ୍ରାମକୁ ନିଆଯାଇଛି। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ।

Leave A Reply

Your email address will not be published.