ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

କଟକ ମଧୁପାଟଣାରୁ ସିମ୍ ବକ୍ସ ଠାବ

0

କଟକ: ଭୁବନେଶ୍ୱର ପରେ କଟକରେ ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ସିମ୍ ବକ୍ସ ଠାବ ହୋଇଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ସିମ୍ ବକ୍ସ ଠାବ ସ୍ଥଳରେ ତନାଘନା କରୁଛି ପୋଲିସ। ଅଭିଯୁକ୍ତ ଆଶାଦ୍ଦୁର ଜମାନ ଓରଫ୍ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ। ରାଜୁ ମଣ୍ଡଳର ଆତଙ୍କୀ ଲିଙ୍କ୍ ନେଇ ଖୋଳତାଡ଼ କରାଯିବ। ମାଷ୍ଟରମାଇଣ୍ଡ ତଥା ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ସମ୍ପର୍କରେ ଅଧିକ ଛାନଭିନ୍ କରିବ ପୋଲିସ। ପୋଲିସର ଛାନଭିନ କ୍ରମେ ପ୍ରଥମେ ଭୁବନେଶ୍ବରରୁ ସିମ୍ ବକ୍ସ ଠାବ କରାଯାଇଥିଲା। ପରେ କଟକରେ ବି ଏଭଳି ଆଉ ଏକ ସିମ୍ ବକ୍ସ ଠାବ କରାଯାଇଛି।

ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲାରେ ପୋଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି। ହାୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର। ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟସ୍ ଆକାରରେ ହେଉଥିଲା। ବାଂଲାଦେଶ ବର୍ଡରରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର। ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା। ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ୱରରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ।

ଭୁବନେଶ୍ୱରରେ ସିମ ବକ୍ସ ଥିଲା ସତ କିନ୍ତୁ ବାଂଲାଦେଶରୁ ଅପରେଟ୍ ହେଉଥିଲା। ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଗୁପ୍ତ ଫୋନ୍ କଲ୍ ଆଶଙ୍କା କରାଯାଉଛି। ପ୍ରାୟ ବର୍ଷେ ହେଲା ବିଛାଯାଇଥିଲା ଅଦୃଶ୍ୟ ଅପରାଧର ଏହି ନେଟୱର୍କ। ମାଷ୍ଟରମାଇଣ୍ଡ ସାଜିଥିଲା ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ୍। ଆଉ ଯାହାର ଏଜେଣ୍ଟ ସାଜିଥିଲା ପଶ୍ଚିମବଙ୍ଗର ଯୁବକ। ଯାହା ନାଁ ରାଜୁ ମଣ୍ଡଳ। ଗତ ଅକ୍ଟୋବର ୨୧ରେ ବାଂଲାଦେଶରୁ ଭାରତକୁ ଏଣ୍ଟ୍ରି କରିବା ପରେ ଭୁବନେଶ୍ୱର ଆସିଥିଲା ଆଶାଦ୍ଦୁର । ଆଉ ରାଜୁ ମଣ୍ଡଳ ନାଁରେ କେଶୁରାରେ ମାସକୁ ୮ ହଜାର ଟଙ୍କାରେ ଘରଭଡ଼ା ନେଇ ସ୍ଥାପନ କରିଥିଲା ଏହି ସିମ୍‌ ବକ୍ସ ନେଟୱର୍କ ।

ରାଜୁ ଧରାପଡିବା ପରେ ତା ପାଖରୁ ୫ଟି ଅପରେସନାଲ ସିମ୍ ବକ୍ସକୁ ଜବତ କରିଛି ପୋଲିସ । ଯେଉଁଥିରେ ୨୫୫ଟି ସିମ୍ ଆକ୍ଟିଭ ଥିଲା। ସେହିପରି ପ୍ରାୟ ୧ ହଜାର ସିମ୍ ମିଳିଥିବାବେଳେ ତା ମଧ୍ୟରୁ ଅବ୍ୟବହୃତ ଥିଲା ୫୮ଟି ସିମ୍। ଏକାଧିକ ସିମକୁ ଏକକାଳୀନ ବ୍ୟବହାର କରି କଲ୍ କରାଯାଇପାରୁଥିବା ଏକ ସ୍ୱତନ୍ତ୍ର ଡିଭାଇସ୍ ତଥା ନେଟୱର୍କ ବକ୍ସ ରଖିଥିଲା ରାଜୁ ମଣ୍ଡଳ।ବର୍ତ୍ତମାନ ଏହି ମାମଲାରେ ଅଧିକ ଖୋଳତାଡ କରୁଛି ପୋଲିସ।ସେପଟେ ଅଭିଯୁକ୍ତ ରାଜୁ ମଣ୍ଡଳ ତଥ୍ୟ ଆଧାରରେ ସବୁଠି ଚଢ଼ାଉ ଚାଲିଛି। ତଦନ୍ତରେ ଆବଶ୍ୟକ ହେଲେ ସାଇଣ୍ଟିଫିକ୍ ଟିମର ଓ ଇଣ୍ଟରପୋଲର ସାହାଯ୍ୟ ନିଆଯାଇପାରେ। ଆଉ କିଏ କିଏ ଏହି ସିଣ୍ଡିକେଟରେ ଅଛନ୍ତି, କେଉଁ ଦେଶରେ ଏହାକୁ ଅପରେଟ୍ କରାଯାଉଛି, କେତେ ଟଙ୍କା ଟ୍ରାଞ୍ଜାକସନ୍ ହୋଇଛି ସେନେଇ ଖୋଳତାଡ଼ କରାଯାଉଛି। ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.