ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଜୁଏଲ ଓରାମ ଅସୁସ୍ଥ, ଏମ୍ସରେ ଭର୍ତ୍ତି

0

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ ପୁଣି ଅସୁସ୍ଥ। ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍‌ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଜୁଏଲ୍। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋନହଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିତର ଥିବା ଡାକ୍ତର କହିଛନ୍ତି।
ସୂଚନା ଅନୁଯାୟୀ, ଗତ ଶନିବାର ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଥିଲା। ବହୁ ଦିନ ଧରି ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହୁଥିଲେ। ଗତକାଲିକାଲି ଜୁଏଲଙ୍କ ପୈତୃକ ଗ୍ରାମ କେନ୍ଦୁଡ଼ିହିରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।
ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାମାନ୍ୟ ସୁସ୍ଥତା ପରେ ଜୁଏଲ ପତ୍ନୀଙ୍କ ଶେଷ କ୍ରିୟା ପାଇଁ ଗାଁକୁ ଆସିଥିଲେ। ସୋମବାର ରାତିରେ ସେ ଦିଲ୍ଲୀ ଯାଉଥିବା ବେଳେ ପୁଣିଥରେ ଅସୁସ୍ଥ ଅନୁଭବ କରିବାରୁ ଏୟାରପୋର୍ଟରୁ ସିଧାସଳଖ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।

Leave A Reply

Your email address will not be published.