ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ମନା

0

ଭୁବନେଶ୍ୱର: ବାଚସ୍ପତିଙ୍କ କଡା ନିର୍ଦ୍ଦେଶ । କେହି ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇ ପାରିବେ ନାହିଁ । ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏଣିକି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନେଇ ଯାଇପାରିବେ ନାହିଁ ।

ସୂଚନା ମୁତାବକ, ଆଜି ଗୃହ ଚାଲିଥିବାବେଳେ, ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବାବେଳେ ଏହାକୁ ବାରଣ କରିବା ସହ ରୋକଠୋକ ଶୁଣାଇଛନ୍ତି ବାଚସ୍ପତି ସୁରମା ପାଢୀ। ଏହାପରେ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନ ନେଇ ଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।କେବଳ ସୋର ବିଧାୟକ ନୁହନ୍ତି ଅନେକ ବିଧାୟକ ମୋବାଇଲରେ କଥା ହେଉଥିବା ନଜିର ରହିଛି।କେବଳ ମୋବାଇଲ ଫୋନ ନୁହେଁ ବିଧାୟକ ମାନେ ପାଣି ବୋତଲ ନେଇ ମଧ୍ୟ ବିଧାନସଭା ଭିତରକୁ ଯାଇପାରିବେ ନାହିଁ । ବିଧାନସଭା ବାହାରେ ପିଇବା ପାଣିର ବ୍ୟବସ୍ଥା ରହିଛି। ତେଣୁ ବିଧାନସଭା ଭିତରେ ମୋବାଇଲର ବ୍ୟବହାର ଓ ପାଣି ବୋତଲ ବ୍ୟବହାର କରିବା ଅନୁଚିତ ବୋଲି କହିଛନ୍ତି ବାଚସ୍ପତି।

Leave A Reply

Your email address will not be published.