ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପୃଥିବୀ ପୃଷ୍ଠକୁ ଫେରିଲା ମହାକାଶ ଯାନ ଷ୍ଟାରଲାଇନର

0

ନ୍ୟୁଜ୍ ବ୍ୟୁରୋ: ମହାକାଶ ଗବେଷଣା ଓ ସ୍ପେସଫ୍ଲାଇଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଯାନ ମହାକାଶଯାତ୍ରୀଙ୍କୁ ଧରି ମହାକାଶ ଯାଇଥିଲା। କିନ୍ତୁ ବିନା ମହାକାଶଯାତ୍ରୀରେ ପୃଥିବୀ ପୃଷ୍ଠକୁ ଫେରିଛି।

ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ନିର୍ମିତ ମହାକାଶ ଯାନ ଷ୍ଟାରଲାଇନର। ସୁନୀତା ୱିଲିୟମସ ଓ ବଚ୍ ୱିଲମୋରଙ୍କୁ ଧରି ଜୁନ୍ ୫ ତାରିଖରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିଲା ଷ୍ଟାରଲାଇନର। ହେଲେ ସୁନୀତା ଓ ୱିଲମୋରଙ୍କୁ ନଆଣି ଖାଲି ହାତରେ ଷ୍ଟାରଲାଇନରକୁ ପୃଥିବୀ ଫେରିବାକୁ ପଡିଲା। ବୋଇଙ୍ଗର ‘ଷ୍ଟାରଲାଇନର୍’ ମହାକାଶଯାନ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କ ବିନା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରୁ ଶୁକ୍ରବାର ଦିନ ପୃଥିବୀକୁ ଫେରିଛି। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଉଡ଼ିବାର ଛଅ ଘଣ୍ଟା ପରେ ଷ୍ଟାରଲାଇନର୍ ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ମିସାଇଲ୍ ରେଞ୍ଜରେ ଅବତରଣ କରିଥିଲା।

ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଦୁଇଜଣ ପାଇଲଟ୍ ବର୍ତ୍ତମାନ ମହାକାଶରେ ଥିବା ବେଳେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସେମାନେ ଆଇଏସ୍ଏସ୍ ରେ ରହିବେ ବୋଲି ଜଣାପଡିଛି। ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଛନ୍ତି ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ।

ତେବେ ଷ୍ଟାରଲାଇନର୍ ସ୍ପେସ୍ ଷ୍ଟେସନ ଛାଡିବା ପରେ ଏକ ରେଡିଓ ବାର୍ତ୍ତାରେ ସୁନୀତା ୱିଲିୟମ୍ସ କହିଥିଲେ ଯେ ସେ ନିଜ ଘରକୁ ଯାଉଛି। ତେବେ ଗତ ୨୦୨୪ ଜୁନ ମାସରେ ଷ୍ଟାରଲାଇନର ମହାକାଶକୁ ଯାତ୍ରା କରୁଥିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ମିଶନ ମାତ୍ର ୮ ଦିନ ପାଇଁ ଥିଲା। କିନ୍ତୁ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ଦୁଇ ମହାକାଶ ଯାତ୍ରୀଙ୍କୁ ପୃଥିବୀ ଫେରାଇ ଆଣିବା ସମ୍ଭବ ହୋଇନଥିଲା । ନାସା ଦାବି କରିଛି ଯେ, ଦୁଇ ମହାକାଶଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁଇ ମହାକାଶଯାତ୍ରୀଙ୍କ ମହାକାଶରେ ଅଧିକ ଦିନ ଧରି ରହିବାର ଅଭିଜ୍ଞତା ରହିଛି ବୋଲି ନାସା କହିଛି।

Leave A Reply

Your email address will not be published.