ପ୍ରମୁଖ ଖବର

ଇ-୨୦ ଇନ୍ଧନ ନେଇ ନିତିନ ଗଡ଼କରୀଙ୍କ ସ୍ପଷ୍ଟୀକରଣ
ରାଜ୍ୟସଭାରେ ପାରିତ ହେଲା ‘ବନ୍ଦେ ମାତରମ୍’ ସୁରକ୍ଷା ବିଲ୍, ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍
ବନ୍ୟା ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଓଟିଆଣ୍ଡଏଏସ୍ କ୍ୟାଡର୍‌ରେ ରଦବଦଳ, ୧୯୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ମୃତ
କୋଇଲା ବ୍ଲକ ମାମଲାରେ ମନମୋହନ ସିଂଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍‌ଚିଟ୍
ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ୨୦୨୬

ମଣିପୁରରେ ପୁଣି ହିଂସା

0

ମଣିପୁର: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। କୁକି ଉଗ୍ରବାଦୀ ମାନେ ପୁଣି ସକ୍ରିୟ ହୋଇଛନ୍ତି। ଭୟଙ୍କର ହୋଇଯାଇଛି ସେଠାକାର ସ୍ଥିତି। କିଛି ଦିନର ପରେ ପୁଣି ଥରେ ହିଂସା ଉଗ୍ର ହୋଇଛି। ଡ୍ରୋନ୍ ମାଧ୍ୟମରେ ଆଟାକ୍ କରୁଛନ୍ତି। କିଛି ଦିନ ପୂର୍ବେ ସାଧାରଣ ବସତି ଉପରେ ଡ୍ରୋନ୍ ବୋମା ମାଡ ହୋଇଥିଲା। ଏବେ ପୁଣି ବିଷ୍ଣୁପୁର ଜିଲ୍ଲା ମୋଇରଙ୍ଗ ସହରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ କୋଇରେଙ୍ଗ ସିଂହଙ୍କ ଘର ଉପରେ ରକେଟ୍ ଆକ୍ରମଣ ହୋଇଛି।

ଏହି ଘଟଣାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରେ ଜଣେ ୧୩ ବର୍ଷୀୟ ବାଳିକା ରହିଛି। ରକେଟ୍ ମାଡ଼ରେ କମ୍ୟୁନିଟି ହଲ୍‌ ଓ ଅନ୍ୟ ଏକ ଘର କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ସକାଳୁ ମୋଇରଙ୍ଗଠାରୁ ୪ କି.ମି. ଦୂର ଟ୍ରୋଙ୍ଗଲଓବି ଅଞ୍ଚଳରେ ରକେଟ୍ ଆକ୍ରମଣ ଘଟିଥିଲା। ଏଥିରେ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଛି।

ଗୋଟିଏ ଦିନରେ ଏହା ଥିଲା ଦ୍ୱିତୀୟ ରକେଟ୍ ଆକ୍ରମଣ। ପୋଲିସର ସୂଚନା ଅନୁସାରେ, ପୂର୍ବରୁ କେବେବି ମୋଇରଙ୍ଗରେ ବନ୍ଧୁକ କିମ୍ବା ବୋମା ଆକ୍ରମଣ ହୋଇନଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ପୂର୍ବରୁ ଗତ ୩ ତାରିଖରେ ଇମ୍ଫାଲ ୱେଷ୍ଟ ଜିଲ୍ଲାର ସେଜମ ଚିରାଙ୍ଗ ଗ୍ରାମରେ ଉଗ୍ରବାଦୀମାନେ ଡ୍ରୋନ୍ ଆକ୍ରମଣ କରିଥିଲେ। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଥିଲେ। କୁହାଯାଉଛି କି ଏହି ଆକ୍ରମଣ ପଛରେ କୁକି ଉଗ୍ରବାଦୀଙ୍କ ହାତ ରହିଛି ।

Leave A Reply

Your email address will not be published.