ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମିଠା ପ୍ୟାକେଟରେ ଲାଞ୍ଚ ଦେଇ ଗିରଫ ହେଲେ ସିମେଣ୍ଟ କମ୍ପାନୀର ସିଏମଓ

0

ବରଗଡ଼: ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଜଣେ ଅଧିକାରୀ। ବୁଧବାର ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ ରାମଭବ ଗଟ୍ଟୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଫୁଲତୋଡ଼ା ଏବଂ ମିଠା ପ୍ୟାକେଟ୍‌ ଦେଇଥିଲେ।

ତେବେ ମିଠା ପ୍ୟାକେଟ୍‌କୁ ସନ୍ଦେହ କରି ତାହା ଖୋଲିବା ପାଇଁ ଜିଲାପାଳ ତାଙ୍କ କାର୍ଯ୍ୟାଳୟର ପିଅନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିଅନ ସେହି ମିଠା ପ୍ୟାକେଟ୍‌ ଖୋଲିବା ପରେ ୪ ବଣ୍ଡେଲ ୫୦୦ ଟଙ୍କିଆ ନୋଟ୍‌ ୨ ଲକ୍ଷ ଟଙ୍କା ବାହାରିଥିଲା। ଏହାପରେ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ଭିଜିଲାନ୍ସକୁ ସେନେଇ ସୂଚନା ଦିଆଯାଇଥିଲା। ଭିଜିଲାନ୍ସ ଟିମ୍‌ ପହଞ୍ଚି ତାଙ୍କୁ ଗିରଫ କରିବା ସହିତ ଫୁଲତୋଡ଼ା ଏବଂ ୨ ଲକ୍ଷ ଟଙ୍କା ଜବତ କରିଛି।

Leave A Reply

Your email address will not be published.