ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଡିପ୍ରେସନ୍, ଉତ୍ତର ଓଡ଼ିଶା ରେ ପ୍ରବଳ ବର୍ଷିବ

0

ଭୁବନେଶ୍ବର: ଉତ୍ତର ପୂର୍ବ ବଙ୍ଗୋପସାଗର ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବାଂଲାଦେଶ ଉପକୂଳ ରେ ଥିବା ସଦୃଶ ଲଘୁଚାପ ଟି ଘନୀଭୂତ ହୋଇ ଆଜି ସନ୍ଧ୍ୟା ରେ ଡିପ୍ରେସନ୍ ରେ ପରିଣତ ହୋଇଛି। ଏହି କ୍ଷେତ୍ର ଟି ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆଜି ରାତି ରେ ବାଂଲାଦେଶ ଉପକୂଳ କୁ ଅତିକ୍ରମ କରିବ। ପରବର୍ତ୍ତୀ ୪୮ ଘଣ୍ଟା ରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ପଶ୍ଚିମବଙ୍ଗ ଦେଇ ଗତି କରିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ତଥା ଅଧ୍ୟାପକ ସାର୍ଥକ ମିଶ୍ର।

ଏହି ସିଷ୍ଟମ୍ ପ୍ରଭାବ ରେ ଉତ୍ତର ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ୱଲପୁର, ଦେବଗଡ଼ ଜିଲ୍ଲାର କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ଗଞ୍ଜାମ, ଗଜପତି ରାୟଗଡ଼ା ଜିଲ୍ଲା ର କିଛି ଅଞ୍ଚଳ ରେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.