ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ରୌପ୍ୟ ଜିତିଲେ ସବିତା

0

ଚେନ୍ନାଇ: ଓଡିଶା ଆଥଲେଟ ସବିତା ଚେନ୍ନାଇରେ ଚାଲିଥିବା ସାଫ ଜୁନିୟର ଆଥଲେଟିକ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟରରେ ସବିତା ୧୩.୯୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ। ଭାରତର ଉନ୍ନତି ଆୟପ୍ପା ନୂତନ ମିଟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୧୩.୯୩ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ପ୍ରଥମ ସ୍ଥାନରେ ରହିଥିଲେ। ପୂର୍ବରୁ ୧୪.୧୯ ସେକେଣ୍ଡ ମିଟ ରେକର୍ଡ ରହିଥିଲା। ଶ୍ରୀଲଙ୍କାର ପିଜି ମିୟୁନି ସିଦସନା ୧୫.୩୨ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୯ ବର୍ଷୀୟା ସବିତାଙ୍କ ଏହା ତୃତୀୟ ଆନ୍ତର୍ଜାତୀୟ ଜୁନିୟର ପଦକ।

କଳିଙ୍ଗ ଷ୍ଟାଡିୟମରେ ଥିବା ଓଡିଶା-ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ ସେ ପ୍ରଶିକ୍ଷଣ ନେଉଛନ୍ତି। ଏହା ପୂର୍ବରୁ କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପର ମେଡଲୀ ରିଲେରେ ସ୍ୱର୍ଣ୍ଣ ଓ ୧୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ଜିତିଥିଲେ। ଓଡିଶାର ତୃତୀୟ ଆଥଲେଟ ଭାବେ ସାଫ ଚାମ୍ପିୟନଶିପରେ ସେ ପଦକ ଜିତିଛନ୍ତି। ଲକ୍ଷ୍ମୀପ୍ରିୟା କିଶାନ ମହିଳା ୮୦୦ ମିଟରରେ ରୌପ୍ୟ ଏବଂ ଦଣ୍ଡପତି ଜୟରାମ ୧୦୦ ମିଟର ସ୍ପ୍ରିଷ୍ଟରେ ବ୍ରୋଞ୍ଜ ପଦକ ଜିିତିଛନ୍ତି।

Leave A Reply

Your email address will not be published.