ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନଦୀକୁ ଡେଇଁଲେ ଅଙ୍ଗନାୱାଡି ସୁପରଭାଇଜର

0

ବ୍ରିଜ ଉପରେ ରହିଛି ସ୍କୁଟି, ମୋବାଇଲ୍ ଓ ଚପଲ
ସ୍କୁଟିରୁ ମିଳିଲା ଅନେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର

ଖରସ୍ରୋତା ସେତୁରୁ ନଦୀକୁ ଡେଇଁ ପଡ଼ିଲେ ମହିଳା। ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ସେତୁ ଉପରେ ସ୍କୁଟି, ମୋବାଇଲ୍ ଓ ଚପଲ ରଖି ଡେଇଁ ପଡ଼ି ନିଖୋଜ ଅଛନ୍ତି ଯୁବତୀ। ସଦର ଥାନା ବରୁହାଁ ନିକଟ ସେତୁରୁ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ନିଖୋଜ ମହିଳା ଶ୍ରୀବନ୍ତପପୁର ଅଂଚଳର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି।

ବ୍ରିଜ ଉପରେ ନିଜର ସ୍କୁଟି, ଜୋତା, ମୋବାଇଲ୍ ଫୋନ୍ ଥୋଇ ଭରା ନଦୀକୁ ଡେଇଁ ପଡ଼ିଛନ୍ତି। ତେବେ ମହିଳାଙ୍କ ସ୍କୁଟିରେ କେତେକ ଡକ୍ୟୁମେଣ୍ଟ ଓ କାଗଜ ପତ୍ର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ମୋବାଇଲ୍ ଫୋନ୍ ଜୋତାକୁ ପୋଲିସ ଜବତ କରିଛି।

ନିଖୋଜ ମନ୍ଦାକିନୀ ସାମଲ ରସୁଲପୁର ବ୍ଲକର ଅଙ୍ଗନାୱାଡି ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ପାରିବାରିକ କଳହ ପାଇଁ ଏକାକୀ ଭଡାରେ ରହୁଥିଲେ। ଖବର ପାଇ ବରୁଆଁ ଅଗ୍ନିଶମବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି। ସଦର ପୋଲିସ ଘଟଣାସ୍ଥଳରୁ ସ୍କୁଟି, ମୋବାଇଲ ଆଧାରକାର୍ଡ ଜବତ କରିଛି।

Leave A Reply

Your email address will not be published.