ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍

0

ଭୁବନେଶ୍ବର: ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ। କେନ୍ଦୁଝରରୁ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି। ଆଉ ଆଜି ମୟୁରଭଞ୍ଜ ଯିବେନି ମୁଖ୍ୟମନ୍ତ୍ରୀ।

ତେବେ କହିରଖୁଛୁ, ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଯିବା କାର୍ଯ୍ୟକ୍ରମ ରହିଥିଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଯାଇଥାନ୍ତେ। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡ଼ିଆ ଠାରେ ଆୟୋଜିତ ବିକାଶ ମେଳାରେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା।

ଏଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦୁଝରରୁ ହେଲିକପ୍ଟର ଯୋଗେ ଦିନ ସାଢ଼େ ୧ଟାରେ ଅବତରଣ କରିଥାନ୍ତେ। ସେଠାରେ ଆଜି ରାତିରେ ରହି କାଲି ସକାଳେ ୮ଟା ୪୫ରେ ଭୁବନେଶ୍ୱର ଫେରିବାର ଯୋଜନା ଥିଲା ହେଲେ ତାଙ୍କ ହେଲିକପ୍ଟରରେ କୗେଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ସେ କେନ୍ଦୁଝରରୁ ମୟୂରଭଞ୍ଜ ଯାଇପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ସିଧା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.