ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ

0

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍ ସର୍ଭେ ଶେଷ ହୋଇଛି। ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍ କରିଛି ଏନ୍‌ଜିଆର୍‌ଇ ଟିମ୍। ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ସଂଶୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ ଲାବ୍‌ରେ ବ୍ୟାଖ୍ୟା କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ। ରତ୍ନ ଭଣ୍ଡାର ଚଟାଣ ତଳେ କଣ ରହିଛି ନ ରହିଛି ସେନେଇ ଖୁବ୍ ଶୀଘ୍ର ଚୂଡାନ୍ତ ରିପୋର୍ଟ ଦେବ ଏନ୍‌ଜି‌ଆର୍‌ଇ ଟିମ୍।

ଇଲେକ୍ଟ୍ର ମ୍ୟାଗ୍ନେଟିକ୍ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି। ଡାଟା ଇମେଜ କ୍ଵାଲିଟିକୁ ଲାବରେ ଆସେମ୍ବଲ୍ କରାଯିବା ପରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ଏନ୍ ଜି ଆର୍ ଆଇ ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି। ପୂର୍ବରୁ ଏ ଏସ ଆଇ ମଧ୍ୟ ରତ୍ନ ଭଣ୍ଡାର ବାହାର କାନ୍ଥରେ ଲେଜର୍ ସର୍ଭେ କରି ବିଭିନ୍ନ ଦିଗରେ ଫାଟ ଚିହ୍ନଟ କରିଥିଲା।

ତେବେ ଚଳିତ ମାସ ୧୮ ତାରିଖରେ ଏନ୍ ଜି ଆର୍ ଆଇ ଟିମ୍ ମଧ୍ୟ ଲେଜର୍ ସର୍ଭେ କରିବା ପରେ। ଗତକାଲି ଆଉ ଗୋଟିଏ ରାଉଣ୍ଡ ସର୍ଭେ ହୋଇଥିଲା। ଗତକାଲି ଓ ଆଜି ଦୁଇ ଦିନରେ ପ୍ରାୟ ୮ ଘଣ୍ଟା କାଳ ଭର୍ଟିକାଲ ଓ ହୋରାଇଯେଣ୍ଟାଲ ସର୍ଭେ ଜାରି ବିଭିନ୍ନ ଡାଟା ସଂଗ୍ରହ କରିଛନ୍ତି ଏନ୍ ଜି ଆର୍ ଆଇ ବୈଜ୍ଞାନିକ। ପ୍ରାୟ ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଛି। ଜୁଲାଇ ୧୪ରୁ ରତ୍ନ ଭଣ୍ଡାର ଖୋଲିବା ଓ ମରାମତି ନେଇ ପ୍ରକ୍ରିୟାକରଣ ଆରମ୍ଭ ହୋଇ ଜାରି ରହିଛି। ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ସର୍ଭେ ରିପୋର୍ଟ ଟି ହସ୍ତଗତ କରିବାକୁ ଏସଓପିରେ ଉଲ୍ଲେଖ ରହିଛି। ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ହେବ ଗଣତିମଣତି।

Leave A Reply

Your email address will not be published.