ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ନାବାଳିକାକୁ ଗଣଦୁଷ୍କର୍ମ

0

ରାଉରକେଲା: ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକା ଦୁଇ ଭଉଣୀ ଥିବା କୁହାଯାଉଛି। ବିଶ୍ରା ଛକ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ। ଗତକାଲି ପ୍ରାୟ ସଂଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଦୁଇ ନାବାଳିକା ମାର୍କେଟିଂ କରିବାକୁ ବସ ଯୋଗେ ବିଶ୍ରା ଛକରେ ପହଁଞ୍ଚିଥିବା ବେଳେ ଉଭୟ ନାବାଳିକାଙ୍କୁ ଦୁର୍ବୃତ୍ତ ଭୟଭୀତ କରାଇଥିଲେ। ଉଭୟଙ୍କୁ ଗୋଟିଏ ଅଟୋରେ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳକୁ ଜୋର ଜବରଦସ୍ତ ନେଇ ଯାଇଥିଲେ। ସେଠାରେ ଉଭୟଙ୍କୁ ଦୁର୍ବୃତ୍ତମାନେ ଗଣ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଦୁଇ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଆଣି ପଚରା ଉଚୁରା କରାଯାଉଛି। ଏନେଇ ରାଉରକେଲା ଜୋନ-୨ର ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.