ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ନାବାଳିକାକୁ ଗଣଦୁଷ୍କର୍ମ

0

ରାଉରକେଲା: ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକା ଦୁଇ ଭଉଣୀ ଥିବା କୁହାଯାଉଛି। ବିଶ୍ରା ଛକ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ। ଗତକାଲି ପ୍ରାୟ ସଂଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଦୁଇ ନାବାଳିକା ମାର୍କେଟିଂ କରିବାକୁ ବସ ଯୋଗେ ବିଶ୍ରା ଛକରେ ପହଁଞ୍ଚିଥିବା ବେଳେ ଉଭୟ ନାବାଳିକାଙ୍କୁ ଦୁର୍ବୃତ୍ତ ଭୟଭୀତ କରାଇଥିଲେ। ଉଭୟଙ୍କୁ ଗୋଟିଏ ଅଟୋରେ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳକୁ ଜୋର ଜବରଦସ୍ତ ନେଇ ଯାଇଥିଲେ। ସେଠାରେ ଉଭୟଙ୍କୁ ଦୁର୍ବୃତ୍ତମାନେ ଗଣ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଦୁଇ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଆଣି ପଚରା ଉଚୁରା କରାଯାଉଛି। ଏନେଇ ରାଉରକେଲା ଜୋନ-୨ର ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.