ପ୍ରମୁଖ ଖବର

ବଦଲାପୁର ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ କଲା ଗୁଳି
ଚଳନ୍ତା ଟ୍ରକ୍‌ରେ ଲାଗିଗଲା ନିଆଁ; ପୋଡ଼ିଗଲା ୩୦ ଟନ୍‌ ଡାଲି
ଆଜି ଭୋର ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା
ତାଗିଦ୍ କଲା ଅର୍ଥ ବିଭାଗ: ଜରୁରୀ ନଥିଲେ ନୂଆ ଗାଡ଼ି କିଣା ମନା, ଭଡ଼ାଗାଡ଼ିରେ କାମ ଚଳାଅ
ଆଜି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି
ଦରମା ବୃଦ୍ଧି ଓ ଦଶହରା ବୋନସ ଦାବିରେ ସଫେଇ କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି
ପାହାଡ଼ରୁ ଧସିଲା ମାଟି ଅତଡ଼ା, ନାରାୟଣପାଟଣା- ଦାମନଯୋଡ଼ି ରାସ୍ତା ବନ୍ଦ

ଆଇଆଇଏମ୍‌ ସମ୍ବଲପୁରରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ

0

ସମ୍ବଲପୁର: ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)।ଯାହା ସମଗ୍ର ଦେଶରେ ପ୍ରଥମ ଭାବେ ଏକ ଉଦାହରଣ ସୃଷ୍ଟି କରିବ।

ଦେଶର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଏଆଇକୁ ବ୍ୟାପକ ଭାବେ ପ୍ରଚଳନ କରିବାକୁ ଘୋଷଣା କରାଯାଇଛି ଯାହା ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଶୈଳୀରେ ପରିବର୍ତନ ଆଣିବ। ଶିକ୍ଷକଙ୍କ ଭୂମିକାକୁ ଏହା ଶିକ୍ଷାଦାନରୁ ସୃଷ୍ଟି ଓ ଶିକ୍ଷଣରେ ପରିବର୍ତନ କରିବ। ଆଇଆଇଏମ ସମ୍ବଲପୁର ଏହାର ଦଶମ ପ୍ରତିଷ୍ଠା ଦିବସ ପାଳନ କରି ଏକ ଦଶନ୍ଧିର ଉତ୍କର୍ଷତା ଏବଂ ପରିବର୍ତନମୂଳକ ଉପଲବ୍ଧିକୁ ପାଳନ କରୁଛି। ତାହା ଅଭିନବତା, ସାମଗ୍ରିକତା ଏବଂ ଅଖଣ୍ଡତା ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏକ ଦଶନ୍ଧି ଧରି ଏହି ପ୍ରତିଷ୍ଠାନ ଅନେକ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତ ସତ୍ତ୍ୱେ ଉତ୍କର୍ଷତା ଲକ୍ଷ୍ୟରେ ସଫଳତାର ପ୍ରତି ସୋପାନକୁ ଅତିକ୍ରମ କରି ଚାଲିଛି। ଏହାର ପ୍ରତିଷ୍ଠା ପରଠାରୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ କାର୍ଯ୍ୟଭିତ୍ତିକ ଗବେଷଣା, ଅନୁଭୂତିମୂଳକ ପ୍ରଶିକ୍ଷଣ ମାଧ୍ୟମରେ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏକଦା ୪୯ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷା ପ୍ରତିଷ୍ଠାନରେ ବର୍ତ୍ତମାନ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଠାରେ ଶିକ୍ଷାଗ୍ରହଣ କରିବା ଏହାର ଉତ୍କୃଷ୍ଟ ଓ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଓ ଶୈଳୀକୁ ପ୍ରମାଣିତ କରୁଛି। ଏଠାରେ ବର୍ତ୍ତମାନ ୭୫ ପ୍ରତିଶତ ଛାତ୍ରୀ ଶିକ୍ଷା ଗ୍ରହଣ କରିବା ସମଗ୍ରଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ।

ତେବେ ଆଗକୁ ଖୁବ ଶୀଘ୍ର ଏହି ପ୍ରତିଷ୍ଠାନକୁ ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଆଇଆଇଏମ୍‌ ସମ୍ବଲପୁରରେ ତିନୋଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ରହିବ। ଯାହା ଏକ ବିବିଧ ଏମବିଏ ପାଠ୍ୟକ୍ରମ, ଅନ୍ତର୍ଜାତୀୟ ମାନ୍ୟତା ଓ ଏନଇପି କେନ୍ଦ୍ରୀଭୂତ କ୍ୟାମ୍ପସ ସମ୍ପ୍ରସାରଣ ବୋଲି କହିଥିଲେ ପ୍ରଫେସର ଜୟସ୍ବାଲ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଉଦୟ କାଓଲେ ଆଇଆଇଏମ୍‌ ସମ୍ବଲପୁର ହେଉଛି ସବୁଠାରୁ ଜୀବନ୍ତ ଓ ବହୁ ଚର୍ଚ୍ଚିତ ଶିକ୍ଷା ପ୍ରତିଷ୍ଠାନ। ଏଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଏକ ଉତ୍ତମ ଶୈକ୍ଷିକ ପରିବେଶରେ ରହିଛନ୍ତି। ଆଇଆଇଏମ୍‌ ସମ୍ବଲପୁରର ଅଦ୍ଭୁତପୂର୍ବ ସଫଳତା ପାଇଁ ସେ ଅଭିନନ୍ଦନ ଜଣାଇଥିଲେ।

Leave A Reply

Your email address will not be published.