ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ଭରତପୁର ଥାନାରେ ଲାଗିଲା ସିସିଟିଭି

0

ଭୁବନେଶ୍ବର: ଭରତପୁର ଥାନାରେ ଶେଷରେ ସିସିଟିଭି ଲାଗଛି। ବିବାଦୀୟ ତଥା ବର୍ତ୍ତମାନର ଚର୍ଚ୍ଚିତ ଭରତପୁର ଥାନାର ବିଭିନ୍ନ ସ୍ଥାନକୁ ସିସିଟିଭି ପରିସରଭୁକ୍ତ କରାଯାଇଛି। ଥାନାରେ କେଉଁ ସ୍ଥାନରେ କ’ଣ ଚାଲିଛି ତାହା ରେକର୍ଡିଂ ମଧ୍ୟ ଆରମ୍ଭ ହୋଇଛି। ୨୫ ସିସିଟିଭି ଲାଗିବାର ବ୍ୟବସ୍ଥା ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଥାନା ଭିତରେ ଓ ବାହାରେ ୧୬ ଟି ସିସିଟିଭି ଲାଗିଥିବା ବେଳେ ଆହୁରି ୯ଟି ସିସିଟିଭି ଲାଗିବା ଯୋଜନା ରହିଛି।

ତେବେ ଗତ ୧୪ ତାରିଖ ରାତିରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାନତା ଦେବା ମାମଲାରେ ବିବାଦୀୟ ହୋଇପଡିଛି ଭରତପୁର ଥାନା। ରାସ୍ତାରେ କିଛି ଯୁବକ ତାଙ୍କ ହଇରାଣ କରିଥିବା ଅଭିଯୋଗ ନେଇ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଆସିଥିବା ବେଳେ ଥାନା ଅଧିକାରୀମାନେ କିନ୍ତୁ ତାଙ୍କୁ ହିଁ ଓଲଟା ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଏମିତିକି ବାନ୍ଧବୀଙ୍କୁ ଶାରୀରିକ ତଥା ଯୌନ ନିର୍ଯାତନା ଥାନାରେ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପୀଡିତା। ଯାହାକୁ ନେଇ ଏଥିରେ ସଂପୃକ୍ତ ଥାନା ଆଇଆଇସି ଓ ଆଉ ୪ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଯାହାପରେ ଏହି ବିବାଦ ବଢିବାରେ ଲାଗିଛି।

ଏହାର ଗୋଟିଏ ଦିଗ ବେଶ୍ ଦୃଷ୍ଟି ଆକର୍ଷଣ କରିଥିଲା। ତାହା ହେଲା ଥାନାରେ ସିସିଟିଭି ନଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଥାନା ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସିସିଟିଭି ଲାଗିନଥିଲା। ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯଦି ଥାନାରେ ସିସିଟିଭି ରହିଥାନ୍ତା ତାହାଲେ ସେଦିନ ରାତିରେ କ’ଣ ଘଟିଥିଲା ତାହାର ସତ୍ୟତା ଜଣାପଡିଥାନ୍ତା। ଶେଷରେ ହାଇକୋର୍ଟଙ୍କ ତାଗିତ୍ ପରେ ଏବେ ସବୁ ଥାନାରେ ସିସିଟିଭି ଲାଗୁଛି।

ଗତକାଲି ହାଇକୋର୍ଟ ଭରତପୁର ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେଉଁ ଥାନାରେ ସିସିଟିଭି ଲାଗିଛି ଓ କେଉଁ ଥାନାରେ ସିସିଟିଭି ଲାଗିନାହିଁ ସମସ୍ତ ସ୍ଥିତି ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ଭରତପୁର ଥାନାରେ ସିସିଟିଭି ଲାଗିଥିବା ଜଣାଯାଇଛି। ସେପଟେ ଏହି ଘଟଣାରେ ଏବେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୬୦ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ଏଥିସହିତ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାରେ ସତ ଖୋଜୁଛି। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.