ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

୧୧ ଲକ୍ଷ ଫାଇନ ଦେବ ବୁର୍ଲା ଭୀମସାର

0

ବୁର୍ଲା: ବୁର୍ଲା ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ୨୨ ହଜାର ଟଙ୍କା ଜରିମାନା କରାଯାଇଛି। ଠିକ୍ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରାଯାଉ ନ ଥିବା ଅଭିଯୋଗରେ ଏହି ଜରିମାନା କରାଯାଇଥିବା ସୂଚନା ରହିଛି।

୨୦୨୩ ଅଗଷ୍ଟ ମାସରେ ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନରେ ଆସିଥିଲେ। ମେଡିକାଲର ବିପର୍ଯ୍ୟସ୍ତ ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିବା ସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୀମସାରକୁ ୨ ଥର ମଧ୍ୟ ଚିଠି ଲେଖିଥିଲେ। ହେଲେ କୌଣସି ପରିବର୍ତ୍ତନ ନ ହେବା କାରଣରୁ ଏନେଇ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ କରିଛନ୍ତି। ଅନ୍ୟପଟେ ଏହାକୁ ସ୍ବୀକାର କରିଛନ୍ତି ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ। ସେ କହିଛନ୍ତି ଯେ, ଏହି ଅଭିଯୋଗ ସତ ଅଟେ। ଖୁବ୍‌ ଶୀଘ୍ର ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବେ କରାଯିବ।

Leave A Reply

Your email address will not be published.