ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଆଜି ଠାରୁ ଆରମ୍ଭ ହେଲା ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା

0

ପୁରୀ: ଆଜି ପବିତ୍ର ମୂଳାଷ୍ଟମୀ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ଦ୍ୱିତୀୟା ଓଷା। ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ। ଆଜି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ମଧ୍ୟ ମଙ୍ଗଳବାରଠାରୁ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଏଥିସହ ଶ୍ରୀମନ୍ଦିର ଭିତରେ ବେଢାପରିସରସ୍ଥ ମା’ ଭୁବନେଶ୍ୱରୀ, ମା’ ବାଟମଙ୍ଗଳା, ମା’ ଉତ୍ତରାୟଣୀ ଏବଂ ଶ୍ରୀକ୍ଷେତ୍ରର ଦକ୍ଷିଣକାଳୀ, ଆଲାମଚଣ୍ଡୀ ଏବଂ କିଳେଶ୍ୱରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ପୂଜା ଓ ଚଣ୍ଡୀପାଠ କରାଯିବ।

ତେବେ ପୂଜା ପୂର୍ବରୁ ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀନଅରରେ ୨୧ ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ। ବରଣ ପରେ ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା ଆରମ୍ଭ କରିବେ। ଷୋଳପୂଜା ପାଇଁ ଚଳଚଞ୍ଚଳ ହୋଇ ପଡିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ମହାରାଜା ବିଦ୍ୟସିଂହ ଦେବଙ୍କ ପଇତା ଲାଗି, ଦେବାର୍ଚ୍ଚନା, ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବା ପରେ ରାଜଗୁରୁଙ୍କୁ ଗଜପତି ଶ୍ରୀହସ୍ତ ଛୁଆଁ ଗୁଆ, ନଡ଼ିଆ ପ୍ରଦାନ କରିବେ। ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ, ନଡ଼ିଆ ବ୍ରାହ୍ମଣମାନଙ୍କୁ ଦେଇ ବରଣ କରିବେ। ସେହିପରି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତ୍‌ଥାପନ ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.