ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

ବଦଳିଲା ୟୁନିଫର୍ମ ରଙ୍ଗ, ସବୁଜ ବଦଳରେ ପିନ୍ଧିବେ ବାଦାମୀ ରଙ୍ଗ ଡ୍ରେସ

0

ଭୁବନେଶ୍ବର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ। ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗ ବଦଳିଛି। ସବୁଜ ରଙ୍ଗ ବଦଳରେ ଏଣିକି ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରୀଛାତ୍ର। ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଏହା ଲାଗୁହେବ।

ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡିଜାଇନ ଓ ରଙ୍ଗର ୟୁନିଫର୍ମ ଲାଗୁ ହେବ। ଯେଉଁଠାରେ ପୁରୁଣା ଡିଜାଇନ ୟୁନିଫର୍ମ ବଣ୍ଟନ ହୋଇନି ସେଠାରେ ଏହା ପ୍ରଥମେ ଲାଗୁ ହୋଇପାରିବ। ତେବେ ଏହା କେବେଠୁ ଲାଗୁ ହେବ ନୂଆ ଶିକ୍ଷା ବର୍ଷ ଆରମ୍ଭରୁ କି ଏବେଠାରୁ ତାକୁ ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ। ଛାତିରେ ଲେଖାଯାଇଥିଲା ’ଆମେ ଗଢିବୁ ନୂଆ ଓଡିଶା’। ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ। ପୂର୍ବରୁ ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ଘୋଷଣା କରାଯାଇଥିଲା।

Leave A Reply

Your email address will not be published.