ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ

0

କୋରାପୁଟ: ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ସମେତ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋରାପୁଟରେ ବନ୍ଦ ଡାକରା ପାଳନ ହେବ। ବନ୍ଦ ପାଳନ ହେତୁ ଦୋକାନ, ବଜାର ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ସରକାରୀ ଚାକିରିରେ ଜିଲ୍ଲାଭିତ୍ତିକ ନିଯୁକ୍ତିକୁ ପ୍ରସଙ୍ଗ କରି କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଉଛି। ଯୁବ କଂଗ୍ରେସର ବନ୍ଦ ଡାକରାକୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସହ ଘରୋଇ ବସ ମାଲିକ ସଂଘ, ଲରି ଆସୋସିଏସନ, ଡ୍ରାଇଭର ସଂଘ ଓ ଜିଲ୍ଲା ଓକିଲ ସଂଘ ସମର୍ଥନ ଦେଇଛନ୍ତି। ଆସନ୍ତାକାଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଦାବି ପୂରଣ ନ ହେଲେ ୫ ତାରିଖରେ ଜିଲ୍ଲାରେ କଳାଦିବସ ପାଳନ କରାଯିବ। ଏହାସହ ୫, ୬ ଓ ୭ ତାରିଖ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କରାଯିବ ବୋଲି କହଛି କମିଟି।

କନିଷ୍ଠ ଶିକ୍ଷକ ପଦବୀ ଜିଲ୍ଲା ଭିତ୍ତିକ କରିବା, ପେଶା ଆଇନ ଲାଗୁ କରିବା, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଦାବି କରିଛି କମିଟି। ତେବେ ପାର୍ବଣ ସମୟ ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା କାରଣରୁ ସେମାନଙ୍କ ପାଇଁ କୋହଳ କରାଯିବ। ବିଶେଷ କରି ଜରୁରୀ କାଳିନ ସେବାକୁ ବ୍ୟାହତ କରାଯିବ ନାହିଁ ବୋଲି କହିଛି କମିଟି।

Leave A Reply

Your email address will not be published.