ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୪ଜଣ ମାଓବାଦୀ ମୃତ

0

ଦାନ୍ତେୱାଡ଼ା: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ବଡ ଧରଣର ଏନକାଉଣ୍ଟର। ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ଶୁକ୍ରବାର ସୁରକ୍ଷା କର୍ମୀଙ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୪ଜଣ ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଡ଼ିଛି।

ଖବର ମୁତାବକ, ଦାନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଳା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୁତ୍ରରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏନେଇ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ରେ ସୁରକ୍ଷାକର୍ମୀ ମଧ୍ୟ ଆଖି ବୁଜା ଗୁଳି ଚାଳନା କରିଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଗୋଟେ ପରେ ଗୋଟେ ୧୪ଜଣ ମାଓବାଦୀ ଟଳି ପଡ଼ିଥିଲେ। ହେଲେ ଏହି ଗୁଳିବିନିମୟ ରେ ଅପରେଶରେ ସାମିଲ ଥିବା ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଅଛନ୍ତି। ଏନେଇ ଦାନ୍ତେୱାଡ଼ା ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.