ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଏଥର ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା

0

ହାଇକୋର୍ଟ ଦେଲେ କଡା ନିର୍ଦ୍ଦେଶ

ଆଡ୍‌ଭୋକେଟ୍‌ କମିଟି ପକ୍ଷରୁ ପ୍ରସ୍ତାବ

କଟକ: ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ଏଥର ରାବଣପୋଡ଼ିରେ ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ ବ୍ୟବହାର କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ଏନେଇ ଆଡ୍‌ଭୋକେଟ୍‌ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସୁରୁଖୁରୁରେ ରାବଣପୋଡ଼ି କେମିତି ହୋଇପାରିବ ସେନେଇ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଅକ୍ଟୋବର ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଟ୍ରାଫିକ୍‌ ପରିଚାଳନା ପାଇ ଡିସିପିଙ୍କୁ ମଧ୍ୟ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସିଲିଭର ସିଟିରେ ବାଣ ପ୍ରତିଯୋଗିତା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ବିଶେଷକରି ରାବଣପୋଡିରେ ବାଣ ପ୍ରତିଯୋଗିତା ହେବନାହିଁ ବୋଲି ହାଇକୋର୍ଟ କଟକଣା ଜାରି କରିଛନ୍ତି । ରାବଣପୋଡି ଆୟୋଜନକୁ ଅନୁମତି ମିଳିଛି, ମାତ୍ର ପରିବେଶ ପ୍ରଦୂଷଣ କରୁଥିବା ବାଣ କୌଣସି ମତେ ବ୍ୟବହାର କରାଯାଇ ପାରିବନାହିଁ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି । ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ରାବଣପୋଡିରେ ଯେତିକି ବାଣ ବ୍ୟବହାର ହେବ, ତାହା କେବଳ ସବୁଜ ବାଣ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହା ସହ ରାବଣପୋଡି ସମୟରେ ଆୟୋଜକଙ୍କୁ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.