ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଏଥର ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା

0

ହାଇକୋର୍ଟ ଦେଲେ କଡା ନିର୍ଦ୍ଦେଶ

ଆଡ୍‌ଭୋକେଟ୍‌ କମିଟି ପକ୍ଷରୁ ପ୍ରସ୍ତାବ

କଟକ: ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ଏଥର ରାବଣପୋଡ଼ିରେ ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ ବ୍ୟବହାର କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ଏନେଇ ଆଡ୍‌ଭୋକେଟ୍‌ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସୁରୁଖୁରୁରେ ରାବଣପୋଡ଼ି କେମିତି ହୋଇପାରିବ ସେନେଇ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଅକ୍ଟୋବର ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଟ୍ରାଫିକ୍‌ ପରିଚାଳନା ପାଇ ଡିସିପିଙ୍କୁ ମଧ୍ୟ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସିଲିଭର ସିଟିରେ ବାଣ ପ୍ରତିଯୋଗିତା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ବିଶେଷକରି ରାବଣପୋଡିରେ ବାଣ ପ୍ରତିଯୋଗିତା ହେବନାହିଁ ବୋଲି ହାଇକୋର୍ଟ କଟକଣା ଜାରି କରିଛନ୍ତି । ରାବଣପୋଡି ଆୟୋଜନକୁ ଅନୁମତି ମିଳିଛି, ମାତ୍ର ପରିବେଶ ପ୍ରଦୂଷଣ କରୁଥିବା ବାଣ କୌଣସି ମତେ ବ୍ୟବହାର କରାଯାଇ ପାରିବନାହିଁ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି । ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ରାବଣପୋଡିରେ ଯେତିକି ବାଣ ବ୍ୟବହାର ହେବ, ତାହା କେବଳ ସବୁଜ ବାଣ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହା ସହ ରାବଣପୋଡି ସମୟରେ ଆୟୋଜକଙ୍କୁ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.