ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅମୃତସର ବିମାନ ବନ୍ଦରରୁ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ

0

ଅମୃତସର: ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲକୁ ମିଳିଛି ବଡ ସଫଳତା। ସ୍ପେସିଆଲ ବ୍ରାଞ୍ଚର ଅପରେସନରେ ୧୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏହା ସହିତ ଏକ ଫରଚୁନର କାର ମଧ୍ୟ ଜବତ ହୋଇଛି। ଅମୃତସର ବିମାନ ବନ୍ଦରରେ ଅଭିଯୁକ୍ତ ଜିତେନ୍ଦ୍ର ଉଫ ଜସୀକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ଦ୍ୱାରା ୫ ହଜାର ୬ ଶହ କୋଟିର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହେବାପରେ ଏବେ ଏହି ଗ୍ୟାଙ୍ଗର ମୁଖ୍ୟ ବିରେନ୍ଦ୍ର ବୋସାୟା ବିରୋଧରେ ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି। ବିରେନ୍ଦ୍ର ଦୁବାଇରେ ରହି ଅନ୍ୟ ଦେଶମାନଙ୍କ ସହ ଡ୍ରଗ୍ସ କାରବାର କରୁଥିବା ପୋଲିସ ସୂଚନା ଦେଇଛି।

ଜବତ ହୋଇଥିବା କୋକେନ ବିରେନ୍ଦ୍ର ଦ୍ବାରା ପଠାଯାଇଥିବା ତଦନ୍ତରୁ ଜଣାଯାଇଛି। ଗତ ଅକ୍ଟୋବର ୨ ତାରିଖରେ ଦିଲ୍ଲୀ ପୋଲିସ ୫୬୦ କେଜିରୁ ଅଧିକ କୋକେନ ଓ ୪୦ କେଜି ହାଇଡ୍ରୋପୋନିକ ମାରିଯୁଆନା ଜବତ କରିଥିଲା। ଏହାର ମୂଲ୍ୟ ପାଖାପାଖି ୫ ହଜାର ୬ ଶହ ୨୦ କୋଟି ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.