ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଲା ଭିଆରଏସ୍ ଅନୁମତି

0

ଭୁବନେଶ୍ବର: ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ମିଳିଛି ଭିଆରଏସ୍ ଅନୁମତି। ସେ ୧୯୯୦ ବ୍ୟାଚ ଆଇପିଏସ୍ ହୋଇଥିବା ବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ତାଙ୍କୁ ଆଜି ଅନୁମତି ଦେଇଛନ୍ତି । ଫଳରେ ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟର ମୋହନ ମାଝୀ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ଷଡ଼ଙ୍ଗୀଙ୍କର ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା । ତାଙ୍କୁ ପୂର୍ବ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ରାଜ୍ୟର ଅସ୍ଥାୟୀ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ । ମୋହନ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଅଗଷ୍ଟ ୧୬ତାରିଖରେ ଡିଜି ପଦରୁ ହଟାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ।

ଆଜି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଆଉ ଶ୍ରୀ ଷଡ଼ଙ୍ଗୀ ନିଜର ନୂଆ ଦାୟିତ୍ୱ ସମ୍ଭାଳିବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନିମନ୍ତେ ଆବେଦନ କରିଥିଲେ । ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି । ଏହାସହିତ ସେ ସର୍ବଭାରତୀୟ ସେବା ରୁଲସ-୧୯୫୮ର ପ୍ରାବଧାନ ଆଧାରରେ ସମସ୍ତ ଅବସରକାଳୀନ ସୁବିଧା ପାଇପାରିବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.