ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣାରେ ରାୟଗଡ଼ା ଡିଏଫଓ ନିଲମ୍ବିତ

0

ରାୟଗଡ଼ା: କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣାରେ ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ ହୋଇଛନ୍ତି । ଭବାନୀପାଟଣାରେ ଗତ ୨ ଦିନ ଧରି ଜେରା କରିବା ପରେ ଦେବେନ୍ଦ୍ରଙ୍କ ବିରୋଧରେ ନିଆଯାଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତପ ବିଭାଗ ଚିଠି ଜାରି କରି ରାୟଗଡ଼ା ବନ ତତ୍ତ୍ବବିତ ଡିଭିଜନ ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ନିଲମ୍ବିତ କରିଛି ।

ନିଲମ୍ବନ ପରେ ଡି.ଏଫ.ଓଙ୍କୁ ଭୁବନେଶ୍ବରସ୍ଥିତ ପି.ସି.ସି.ଏଫ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେବା ସହ ବିନା ସୂଚନାରେ କାର୍ଯ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ଗତକାଲି ରାୟଗଡ଼ା ଡିଏଫଓଙ୍କୁ ଜେରା କରିଥିଲା ପୋଲିସ । ଜେରା ସମୟରେ ମୁହଁ ଖୋଲିଥିଲେ ଡିଏଫଓ ଦେବେନ୍ଦ୍ର ବେହେରା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା। ସେ ଫରେଷ୍ଟର ସଂଜୟଙ୍କୁ ବଦଳି କରି ଦେଇଥିବାରୁ ତାଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି ବୋଲି କହିଥିଲେ ଦେବେନ୍ଦ୍ର ।

Leave A Reply

Your email address will not be published.