ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଧାନସଭା ନିର୍ବାଚନରେ ମିଥ୍ୟା ତଥ୍ୟ ଦାଖଲ ନେଇ ଲକ୍ଷ୍ମଣ ବାଗଙ୍କୁ ଝଟ୍‌କା

0

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ନିର୍ବାଚନୀ ମାମଲାରେ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ମାମଲାରେ ଜବାବ ଦାଖଲ କରିପାରି ନାହାନ୍ତି ଭାଜପା ବିଧାୟକ ଲକ୍ଷ୍ମଣ ବାଗ। ୩ ଥର ନୋଟିସ ପରେ ବି ସେ ନୋଟିସ ଗ୍ରହଣ କରି ନାହାନ୍ତି। ଏଥିସହ ସେ କୋର୍ଟରେ ହାଜର ହୋଇ ଉତ୍ତର ମଧ୍ୟ ରଖି ନାହାନ୍ତି। ଯାହାକୁ ନେଇ ଶୁଣାଣିରେ କୋର୍ଟ କହିଛନ୍ତି, ଆଗକୁ କେବଳ ଆବେଦନକାରୀଙ୍କ ତଥ୍ୟ ଉପରେ ମାମଲାର ଶୁଣାଣି ଜାରି ରହିବ।

କଣ୍ଟାବାଞ୍ଜିର କିଛି ଭୋଟର, ଲକ୍ଷ୍ମଣ ବାଗଙ୍କ ନାଁରେ ମିଥ୍ୟା ତଥ୍ୟ ଦାଖଲ ନେଇ ହାଇକୋର୍ଟରେ ମାମଲା କରିଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ନଭେମ୍ବରକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । କହିରଖୁଛୁ, ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିଲେ। ଲକ୍ଷ୍ମଣ ବାଗ୍‌ ତାଙ୍କୁ ବଡ଼ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ।

Leave A Reply

Your email address will not be published.