ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଧାନସଭା ନିର୍ବାଚନରେ ମିଥ୍ୟା ତଥ୍ୟ ଦାଖଲ ନେଇ ଲକ୍ଷ୍ମଣ ବାଗଙ୍କୁ ଝଟ୍‌କା

0

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ନିର୍ବାଚନୀ ମାମଲାରେ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ମାମଲାରେ ଜବାବ ଦାଖଲ କରିପାରି ନାହାନ୍ତି ଭାଜପା ବିଧାୟକ ଲକ୍ଷ୍ମଣ ବାଗ। ୩ ଥର ନୋଟିସ ପରେ ବି ସେ ନୋଟିସ ଗ୍ରହଣ କରି ନାହାନ୍ତି। ଏଥିସହ ସେ କୋର୍ଟରେ ହାଜର ହୋଇ ଉତ୍ତର ମଧ୍ୟ ରଖି ନାହାନ୍ତି। ଯାହାକୁ ନେଇ ଶୁଣାଣିରେ କୋର୍ଟ କହିଛନ୍ତି, ଆଗକୁ କେବଳ ଆବେଦନକାରୀଙ୍କ ତଥ୍ୟ ଉପରେ ମାମଲାର ଶୁଣାଣି ଜାରି ରହିବ।

କଣ୍ଟାବାଞ୍ଜିର କିଛି ଭୋଟର, ଲକ୍ଷ୍ମଣ ବାଗଙ୍କ ନାଁରେ ମିଥ୍ୟା ତଥ୍ୟ ଦାଖଲ ନେଇ ହାଇକୋର୍ଟରେ ମାମଲା କରିଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ନଭେମ୍ବରକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । କହିରଖୁଛୁ, ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିଲେ। ଲକ୍ଷ୍ମଣ ବାଗ୍‌ ତାଙ୍କୁ ବଡ଼ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ।

Leave A Reply

Your email address will not be published.