ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ରସାୟନ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

0

ନ୍ୟୁଜ ବ୍ୟୁରୋ: ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ଲାଗି ୩ ଜଣଙ୍କୁ ମିଳିବ ସମ୍ମାନଜନକ ନୋବେଲ। ସେମାନେ ହେଲେ ଡାଭିଡ ବକର, ଡେମିସ ହସାବିସ ଓ ଜନ ଏମ. ଜମ୍ପର। ଏନେଇ ଘୋଷଣା କରିଛି ରୟାଲ ସୁଇଡିସ ଏକାଡେମି। ରସାୟନ ବିଜ୍ଞାନ ଲାଗି ମିଳୁଥିବା ନୋବେଲ ପ୍ରାଇଜର ଅଧାଭାଗ ପାଇବେ ଡାଭିଡ ବକର। ଅନ୍ୟ ଦୁଇଜଣ ଡେମିସ ହସାବିସ ଓ ଜନ. ଏମ ଜମ୍ପର ଅଧା ଭାଗ ପାଇବେ।

ଆମେରିକାର ୱାଶିଂଟନ ବିଶ୍ବବିଦ୍ୟାଳୟର ଡାଭିଡ ବକର। ସେହିପରି ପ୍ରୋଟିନ ସଂରଚନା ଲାଗି ଗୁଗଲ ଡିପମାଇଣ୍ଡ, ଲଣ୍ଡନର ଡେମିସ ହସାବିସ ଓ ଜନ ଜମ୍ପର ନୋବେଲ ପାଇବେ। ଗତବର୍ଷ ଏହି ବର୍ଗରେ ନୋବେଲ ପାଇଥିଲେ ମୌଙ୍ଗି ଜି. ବାୱେଣ୍ଡି, ଲୁଇ ଇ. ବ୍ରୁସ ଓ ଆଲେକ୍ସି ଏକିମୋଭ। ୨୦୦୩ରେ ଡାଭିଡ ବାକେର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ସେତେବେଳେ ସେ ବେଶ ସଫଳତାର ସହ ଏହି ବ୍ଲକଗୁଡ଼ିକୁ ବ୍ୟବହାର କରି ଗୋଟିଏ ନୂଆ ପ୍ରୋଟିନ ଡିଜାଇନ କରିଥିଲେ। ଏହା ଅନ୍ୟ ପ୍ରୋଟିନଗୁଡ଼ିକ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା।

Leave A Reply

Your email address will not be published.