ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଲାଞ୍ଚ ନେଇ ଧରାପଡିଲେ ଏସସିବିର ଡାଟା ଏଣ୍ଟ୍ରି ଅପରେଟର

0

କଟକ: କଟକ ଏସସିବିରେ ଭିଜିଲାନ୍ସ ଟିମ୍‌। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ। ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ।

ସ୍ମୃତିରଞ୍ଜନ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ସେ ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ମାଗଣା ଔଷଧ ପାଇଁ ଜଣେ ରୋଗୀଙ୍କ ପୁଅଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଭିଜିଲାନ୍ସ ଟିମ୍କୁ ଜଣାଇଥିଲେ।

ପୂର୍ବ ଯୋଜନା ମୁତାବକ, ଡାଟା ଏଣ୍ଟ୍ରି ଅପରେଟର ଜଣକ ଲାଞ୍ଚ ନେଉଥିବାବେଳେ, ଧରିଥିଲା ଭିଜିଲାନ୍ସ ବିଭାଗ। ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ୩୦/୨୪ରେ ଏକ ମାମଲା ରୁଜୁ ହୋଇଛି। ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଛି। ଏଥିସହ ଅଧିକ ତଦନ୍ତ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି।

Leave A Reply

Your email address will not be published.