ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

୨୦୨୮ ଡିସେମ୍ବର ଯାଏ ମିଳିବ ମାଗଣା ଚାଉଳ

0

ନୂଆଦିଲ୍ଲୀ: ପୁଣି ମାଗଣାରେ ମିଳିବ ଚାଉଳ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଆସନ୍ତା ୨୦୨୮ ଯାଏ ଜାରି ରହିବ। ଆଜି କ୍ୟାବିନେଟ ବୈଠକରେ ଏଥିପାଇଁ ୧୭ ହଜାର ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆନେମିଆ ଓ ଅପପୃଷ୍ଟିକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ଯୋଜନା ପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୪ ଜୁଲାଇରୁ ୨୦୨୮ ଡିସେମ୍ବର ଯାଏ ଏହି ପୋଷଣଯୁକ୍ତ ମାଗଣା ଚାଉଳ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨୦୨୨ରେ କେନ୍ଦ୍ର ସରକାର ଦେଶରେ ପୋଷଣଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ମାର୍ଚ୍ଚ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି ଯୋଜନା ସାରା ଦେଶରେ ଲାଗୁ ହେବା ନେଇ କୁହାଯାଇଥିଲା। ତେବେ ଏହି ଯୋଜନାକୁ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.