ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ

0

ଭୁବନେଶ୍ୱର: ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନ। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ସେ ଚିକିତ୍ସିତ ହେଉଥିଲେ। ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏକାଧିକ ବ୍ରେନ ହାମରେଜ ସହ ବିଭିନ୍ନ ଜାଗାରେ ରକ୍ତ ଜମାଟ ବାନ୍ଧିଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଦୀପକ ପ୍ରଧାନ। ଏହାସହ ମଧୁମେହ ରୋଗରେ ବି ସେ ପୀଡ଼ିତ ରହିଥିଲା। ଅଧିକ ବୟସ ଯୋଗୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା।

ସେଥିପାଇଁ ଗତ ମାସ ୩ ତାରିଖରୁ ତାଙ୍କର ହସ୍ପିଟାଲରେ ସତନ୍ତ୍ର ଚିକିତ୍ସା ଚାଲିଥିଲା। ମୃତ୍ୟୁ ପରେ ଆଜି ସକାଳେ ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ କୋଦଳା ଓ ତାପରେ ପୋଲସରା ନିଆଯିବ। ସେଠାରୁ ନିଜ ଜନ୍ମମାଟିକୁ ତାଙ୍କୁ ନିଆଯିବ ଆଉ ସେଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଦୀପକ ପ୍ରଧାନ କହିଛନ୍ତି।
୨୦୦୪ରୁ ୨୦୧୪ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଥିଲେ ନିରଞ୍ଜନ ପ୍ରଧାନ। ୨୦୦୪ରେ ସେ ବିଜେଡିରୁ କୋଦଳା ବିଧାନସଭା ନିର୍ବାଚନମଣ୍ଡଳୀ ଓ ୨୦୦୯ରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ନିରଞ୍ଜନ। ତେବେ ୨୦୧୯ରେ ଟିକେଟରୁ ବଞ୍ଚିତ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.