ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ

0

ଭୁବନେଶ୍ବର: ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ) । ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି । ଏହା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

ତେବେ ଡ୍ରାଇଭିଂ ଟେଷ୍ଟିଂ ବେଳେ ଅନେକ ସ୍ଥାନରେ ଅନେକ ସମୟରେ ପକ୍ଷପାତ କରୁଥିବା ଖବର ସାମ୍ନାକୁ ଆସିଥିଲା। ଯାହାଦ୍ବାରା ଏଥିରେ ଫେଲ୍ ହେଉଥିବା ଚଳକଙ୍କୁ ପାସ୍ କରିଦିଆଯାଉଥିଲା । କିନ୍ତୁ ଏଆଇ ଜଗିବା ପରେ ଏସବୁ ଆଉ ହୋଇପାରିବନି। ଅଭିଜ୍ଞସମ୍ପନ୍ନ ନହୋଇ ସେମିତି ପାସ୍ ହେଉଥିବାରୁ ଅନେକ ସମୟରେ ବହୁ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ତେଣୁ ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସ୍ବୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀକୁ ଆପଣାଯାଇଛି।

ଏହାଦ୍ବାରା ପରୀକ୍ଷା କରାଯାଉଥିବା ଟ୍ରାକ୍‌ କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଟ୍ରାକ୍‌ ରେ କ୍ୟାମେରା, ସେନସର ଓ ରେଡାର ଦ୍ବାରା ପରିଚାଳନା କରାଯିବ । ପରୀକ୍ଷା ଦେବାକୁ ଆସୁଥିବା ଗାଡ଼ି ଚାଳକ ଯଦି କୌଣସି ତ୍ରୁଟି କରନ୍ତି ତେବେ ସାଙ୍ଗେ ସାଙ୍ଗେ ମେସିନ୍‌ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ୍‌ କି ଫେଲ୍‌ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ । ଏହାକୁ ଲାଗୁ କରିବା ପାଇଁ ପ୍ରଥମେ ପରିବହନ ବିଭାଗ ପକ୍ଷରୁ ୬ଟି ସ୍ଥାନ ଯଥା ଗଞ୍ଜାମ, ଚଣ୍ଡିଖୋଲ, ରାଉରକେଲା, ଅନୁଗୋଳ, ସୁନ୍ଦରଗଡ଼ ଓ କେଉଁଝରରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଥିଲା। ଏହି ପରୀକ୍ଷା ସଫଳ ହେବା ପରେ ବର୍ତ୍ତମାନ ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏବଂ ଏଆରଟିଓରେ ଲାଗୁ କରାଯିବ।

ଏହା ବ୍ୟତୀତ କ୍ୟାମେରା ଜରିଆରେ ଚାଳକଜଣକ ଠିକ୍ ଭାବେ ଗାଡ଼ି ଚାଳନା କରୁଛନ୍ତି ନା ନାହିଁ ତାହା ପ୍ରମାଣ ରହିବ । କୌଣସି ପରୀକ୍ଷକ ଅଭିଯୋଗ କଲେ ତାହାକୁ ଦେଖାଇ ଦିଆଯାଇ ପାରିବ। ପରିବହନ ବିଭାଗ ପକ୍ଷରୁ ଆଗାମୀ ଦିନରେ ସମସ୍ତ ୩୮ ଆରଟିଓ/ଏଆରଟିଓରେ ଏହାକୁ ଲାଗୁ କରାଯିବାର ଯୋଜନା ରହିଛି । ୧୯ଟି ଆରଟିଓରେ ଏହାର ପରିଚାଳନା ପିପିପି ମୋଡ୍‌ରେ କରାଯାଉଛି। ରାଜ୍ୟ ବାହାରର ଏକ କମ୍ପାନୀ ସହଯୋଗ ଯୋଗାଇ ଦେଉଛି।

Leave A Reply

Your email address will not be published.