ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

୨୦ ଅକ୍ଟୋବର ରୁ ଅଶାନ୍ତ ହେବ ବଙ୍ଗୋପସାଗର

0
  • ସିଷ୍ଟମ୍ ସୃଷ୍ଟି ପାଇଁ ପାଗ ଅନୁକୂଳ
  • ୨୩-୨୫ ଉପକୂଳ ଓଡ଼ିଶା ରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡମାନ ସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ଟି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ। ପାଣିପାଗ ମଡେଲ ମାନଙ୍କ ଆକଳନ ଅନୁଯାୟୀ ଏହି ଲଘୁଚାପ ସମୁଦ୍ର ମଧ୍ୟରେ ୨୧ ରୁ ୨୪ ତାରିଖ ଯାଏଁ ରହିବ ତେଣୁ ଅଧିକ ଘନୀଭୂତ ହୋଇପାରେ।

ଘନୀଭୂତ ହେବା ପାଇଁ ବିଭିନ୍ନ କାରକ ଯଥା ସମୁଦ୍ର ପୃଷ୍ଠ ର ତାପମାତ୍ରା, ଏମ୍ ଜେ ଓ ର ଉପସ୍ଥିତି ଓ ଅନ୍ୟ ସମସ୍ତ ବାୟୁମଣ୍ଡଳୀୟ, ସାମୁଦ୍ରିକ ଉପାଦାନ ଗୁଡ଼ିକ ସିଷ୍ଟମ୍ କୁ ଅଧିକ ଘନୀଭୂତ କରିବା ନିମନ୍ତେ ସହାୟକ ହେବ। ତେଣୁ ୨୩ ତାରିଖ ବେଳକୁ ଏହି କ୍ଷେତ୍ର ଟି ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ର ରୂପ ନେଇପାରେ ଓ ପରବର୍ତ୍ତୀ ୨୪ ଘଣ୍ଟା ରେ ଆହୁରି ଘନୀଭୂତ ହୋଇ ଡିପ୍ ଡିପ୍ରେଶନ ର ରୂପ ନେଇ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରେ ପରିଣତ ହେବ କି ନାହିଁ ଏବଂ କେଉଁ ଉପକୂଳ ଦେଇ ଅତିକ୍ରମ କରିବା ସେ ସଂପର୍କ ରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ପରେ ଅଧିକ ତଥ୍ୟ ମିଳିପାରିବ।

ତେବେ ଏହି ସିଷ୍ଟମ୍ ପ୍ରଭାବ ରେ ଓଡ଼ିଶା ରେ ୨୨ ରୁ ୨୬ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ୨୩-୨୫ ତାରିଖ ଯାଏଁ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲା ରେ ବର୍ଷା କିଛି ଅଞ୍ଚଳ ରେ ବର୍ଷା ହେବାର ସମ୍ଭାବନା ରହିଛି।ଅଧ୍ୟାପକ ସାର୍ଥକ ମିଶ୍ର

Leave A Reply

Your email address will not be published.