ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାତ୍ୟା ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

0

ଭଦ୍ରକ: ବାତ୍ୟା ଡ୍ୟୁଟିରେ ଖିଲାପ କରି ନିଲମ୍ୱିତ ହେଲେ ରେଭିନ୍ୟୁ ସୁପରଭାଇଜର। ବାତ୍ୟା ‘ଦାନା’ ସମୟରେ ଠିକ ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପାଇଁ ତାଙ୍କ ବିରୋଧରେ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟନୁଷ୍ଠାନ ନେଇଛନ୍ତି।

ଏହା ସହ ନିଲମ୍ବନ ଅବଧି ସମୟରେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ ସେ ମୁଖ୍ୟାଳୟ ନ ଛାଡ଼ିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଦାନା ମୁକାବିଲା ସମୟରେ ସେ ନିଜ ଦାୟିତ୍ୱରେ ଖିଲାପ କରିବା ସହ ସାଧାରଣ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୂର୍ବରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ।

Leave A Reply

Your email address will not be published.