ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ

0

ବିହାର: ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ। ବିହାରର ପୁର୍ଣ୍ଣିଆ ସାସଂଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ। ପପୁ ଯାଦବ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ସହ ଏମପି ଏହାର ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ,ସାସଂଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଛି। ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ ବୋଲି ଟେଲିଫୋନ ଜରିଆରେ ଧମକ ଦିଆଯାଇଛି। ପପୁ ଯାଦବ ପୋଲିସକୁ ଦେଇଥିବା ଅଡିଓରେ କଲ କରିଥିବା ବ୍ୟକ୍ତି କହିଛନ୍ତି ଯେ ଏମପିଙ୍କ ସମ୍ପର୍କରେ ସମସ୍ତ ସୂଚନା ତଙ୍କେ ଭାଇ ପାଖରେ ରହିଛି। ଏହା ସହିତ ପପୁ ଯାଦବଙ୍କୁ ତାଙ୍କର ଏକାଧିକ ଠିକଣାରେ ପିଛା କରିସାରିଥିବା ଏବଂ ତାଙ୍କୁ ହତ୍ୟା କରିବ ବୋଲି କହିଛି। ଅଭିଯୁକ୍ତ ଆହୁରି କହିଛି ଯେ, ଲରେନ୍ସ ଜେଲରେ କର୍ମଚାରୀଙ୍କୁ ପ୍ରତି ଘଣ୍ଟାରେ ୧ ଲକ୍ଷ ଟଙ୍କା ଦେଇ ପପୁ ଯାଦବ ସହିତ ଫୋନ ଜରିଆରେ କଥା ହେବାକୁ ଉଦ୍ୟମ କରୁଛି। କିନ୍ତୁ ପପୁ ଯାଦବ ଫୋନ ଉଠାଉ ନାହାନ୍ତି।

ପପୁ ଯାଦବ ଏ ସମ୍ପର୍କରେ ବିହାର ଡିଜିପିଙ୍କୁ ଅବଗତ କରାଇବା କହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାର ଜବାବ ଦେଇ କହିଛନ୍ତି ଯେ, ଯଦି ଆଇନ ମୋତେ ଅନୁମତି ଦିଏ ତେବେ ମୁଁ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟଓ୍ବର୍କକୁ ଧ୍ବଂସ କରିଦେବି ।
ସୂଚନାଯୋଗ୍ୟ, ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯିବା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଧମକ ଦେଇଥିଲେ।

Leave A Reply

Your email address will not be published.