ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବାତ୍ୟା ଡ୍ୟୁଟିରେ ଖିଲାପ କରି ରେଭିନ୍ୟୁ ସୁପରଭାଇଜର ନିଲମ୍ୱିତ

0

ଭଦ୍ରକ: ବାତ୍ୟା ଡ୍ୟୁଟିରେ ଖିଲାପ କରି ନିଲମ୍ୱିତ ହେଲେ ରେଭିନ୍ୟୁ ସୁପରଭାଇଜର। ବାତ୍ୟା ‘ଦାନା’ ସମୟରେ ଠିକ ଡ୍ୟୁଟି ନକରି ନିଲମ୍ୱିତ ହୋଇଛନ୍ତି ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସ। ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ ମଧ୍ୟ ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ମଦ୍ୟପାନ, ଦୁର୍ବ୍ୟବହାର ଓ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅବମାନନା ପାଇଁ ତାଙ୍କ ବିରୋଧରେ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟନୁଷ୍ଠାନ ନେଇଛନ୍ତି।

ଏହା ସହ ନିଲମ୍ବନ ଅବଧି ସମୟରେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ ସେ ମୁଖ୍ୟାଳୟ ନ ଛାଡ଼ିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଦାନା ମୁକାବିଲା ସମୟରେ ସେ ନିଜ ଦାୟିତ୍ୱରେ ଖିଲାପ କରିବା ସହ ସାଧାରଣ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ପୂର୍ବରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ।

Leave A Reply

Your email address will not be published.